ଶସ୍ତାରେ ଗ୍ୟାସ ସିଲିଣ୍ଡର ବୁକ୍‌ କରିବାର ମଉକା, ବୁକିଙ୍ଗ ମାତ୍ରକେ ପାଇବେ କ୍ୟାସବ୍ୟାକ୍‌

ଯଦି ଆପଣ ଏଲପିଜି ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରୁଛନ୍ତି ତାହେଲେ ଏହି ଜରୁରୀ ଖୁସି ଖବର ଆପଣଙ୍କ ପାଇଁ। ଆପଣ ଗ୍ୟାସ ସିଲିଣ୍ଡର ଅନଲାଇନ ବୁକ କରୁଥିଲେ ଏହି ଜରୁରୀ ଖବରକୁ ନିଶ୍ଚୟ ଜାଣନ୍ତୁ। ଏହିପରି ଭାବେ ଗ୍ୟାସ ସିଲିଣ୍ଡର ଅନଲାଇନ ବୁକିଂ କରିବା ଦ୍ୱାରା ଆପଣଙ୍କୁ ଭାରି ଡିସକାଉଣ୍ଟ ମିଳିବ। ଯଦି ଆପଣ ଆମାଜନ ପେ ଜରିଆରେ ଗ୍ୟାସ ସିଲିଣ୍ଡର ବୁକ୍‌ କରୁଛନ୍ତି ତାହେଲେ ଆପଣଙ୍କୁ ୫୦ ଟଙ୍କା କ୍ୟାସ ବ୍ୟାକ ମିଳିବ। ଆମାଜନ ପେରେ ଆପଣ ଇଣ୍ଡେନ ଗ୍ୟାସ, ଭାରତ ଗ୍ୟାସ ଏବଂ ଏଚପି ଗ୍ୟାସ କମ୍ପାନୀର ଗ୍ୟାସ ସିଲିଣ୍ଡର ବୁକ କରିପାରିବେ। ଆମାଜନ ପେ ସିଲିଣ୍ଡର ବୁକିଂ ଉପରେ ୫୦ ଟଙ୍କାର କ୍ୟାସବ୍ୟାକ ଦେଉଛି। ଜାଣନ୍ତୁ କେମିତି କରିବେ ବୁକ ଆଉ କେମିତି ଉଠାଇବେ ଲାଭ।

ଡିସକାଉଣ୍ଟ ପାଇଁ ଏପରି କରନ୍ତୁ ବୁକିଙ୍ଗ୍‌

lpgଏଥିପାଇଁ ଆପଣଙ୍କୁ ଆମାଜନ ପେ ପେମେଣ୍ଟ ଅପସନରେ ଯିବାକୁ ହେବ। ଏହାପରେ ନିଜର ଗ୍ୟାସ ସର୍ଭିସ ପ୍ରୋଭାଇଡରକୁ ଚୟନ କରନ୍ତୁ ଏବଂ ଏଠାରେ ଆପଣ ରେଜିଷ୍ଟର୍ଡ ମୋବାଇଲ ନମ୍ବର କିମ୍ବା ଏଲପିଜି ନମ୍ବର ଦିଅନ୍ତୁ। ଆପଣଙ୍କୁ ଆମାଜନ ପେ ଜରିଆରେ ପେମେଣ୍ଟ କରିବାକୁ ହେବ।

ଗ୍ୟାସ୍‌ ସିଲିଣ୍ଡର ପେମେଣ୍ଟ ହେବା ପରେ ଆପଣଙ୍କ ଘରେ ସିଲିଣ୍ଡର ଡେଲିଭର ହୋଇଯିବ। ଏହାପରେ ଉମଙ୍ଗ୍‌ ଆପ୍‌ ଜରିଆରେ ଭାରତ, ଇଣ୍ଡେନ ଏବଂ ଏଚପି ସମେତ ସମସ୍ତ କମ୍ପାନୀର ଗ୍ୟାସ ବୁକ୍‌ କରିପାରିବେ। ସର୍ବପ୍ରଥମେ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଆପ୍‌ ଷ୍ଟୋରରେ ଏହି ଆପକୁ ଡାଉନଲୋଡ୍‌ କରନ୍ତୁ। ଏହାପରେ ଆପକୁ ଖୋଲି ରେଜିଷ୍ଟର କରନ୍ତୁ। ଏହାପରେ କୁହାଯାଇଥିବା ଦିଶା ନିର୍ଦ୍ଦେଶକୁ ପାଳନ କରନ୍ତୁ ଏହାପରେ ଆପଣଙ୍କ ସିଲିଣ୍ଡର ବୁକ୍‌ ହୋଇଯିବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.