Below header

ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ: ବିଜେଡି ଛାଡ଼ି ଆଜି ବିଜେପିରେ ମିଶିବେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି

ବିଜେଡିରୁ ଇସ୍ତଫା ଦେଲେ ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି । ସେ ଇସ୍ତଫା ପତ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି । ଆଜି ସେ ନିଜର ବହୁ ସମର୍ଥକ ଓ କର୍ମୀଙ୍କ ସହ ବିଜେପିରେ ସାମିଲ ହେବେ ।

ମାଲକାନଗିରି (କେନ୍ୟୁଜ): ବିଜେଡିରୁ ଇସ୍ତଫା ଦେଲେ ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି । ସେ ଇସ୍ତଫା ପତ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି । ଆଜି ସେ ନିଜର ବହୁ ସମର୍ଥକ ଓ କର୍ମୀଙ୍କ ସହ ବିଜେପିରେ ସାମିଲ ହେବେ ।

୨୦୦୯ ମସିହାରେ ସୋଡ଼ି ବିଜେଡି ଟିକେଟରେ ମାଲକାନଗିରି ବିଧାୟକ ଭବେ ନିର୍ବାଚିତ ହୋଇଥିଲେ । ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ ମାଲକାନଗିରିର ବିଧାୟକ ଥିଲେ । ୨୦୧୯ରେ ଦଳ ତାଙ୍କୁ ପୁଣିଥରେ ଟିକେଟ ଦେଇଥିଲା । କିନ୍ତୁ ସେଥର ନିର୍ବାଚନରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ଏବେ ଦଳରେ ଅବହେଳା, ବରିଷ୍ଠ କର୍ମୀଙ୍କୁ ଅଣଦେଖା ଓ ଦଳୀୟ କାର୍ଯ୍ୟରେ ସାମିଲ ନକରାଯିବା ଯୋଗୁଁ ସେ ଦଳ ଛାଡିଥିବା କହିଛନ୍ତି ଏବଂ ଆଜି ବିଜେପିରେ ସାମିଲ ହେବେ ବୋଲି ପ୍ରକାଶ କରିଛନ୍ତି ।

ସାଧାରଣ ନିର୍ବାଚନ ପାଖେଇ ଆସୁଛି । କେତେବେଳେ ବି ନିର୍ବାଚନୀ ବିଗୁଲ ବାଜିପାରେ । ଏହାପୂର୍ବରୁ ସାରା ଦେଶରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ମଧ୍ୟ ଦଳ ଅବଦଳବଦଳ ଚାଲିଛି । ବିଜେଡ଼ି, କଂଗ୍ରେସ ଛାଡି ବିଜେପି ମୁହାଁ ହେଉଛନ୍ତି ଅନେକ ବରିଷ୍ଠ ନେତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.