ସାମାନ୍ୟ ମନିପର୍ସ ପାଇଁ ଗଡ଼ିଲା ମୁଣ୍ଡ : ଯୁବକକୁ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ବାରିପଦାରେ ଭୁଜାଲିରେ ହାଣି ଯୁବକକୁ ହତ୍ୟା । ଶୁନଗଡିଆ ମହୁଲି ଭାଟିରେ ଘଟିଛି ହତ୍ୟାକାଣ୍ଡ । ମୃତ ଯୁବକ ଜଣକ ସେହି ଅଞ୍ଚଳର ରାମ ମୁଖୀ। ଦୁଇ ଗୋଷ୍ଠୀ ମଧ୍ୟରେ ଵଚସାରୁ ଘଟିଛି ହତ୍ୟାକାଣ୍ଡ । ପାଇଥିବା ପର୍ସରେ ଟଙ୍କା ବୁଝାମଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି ।

ମୟୂରଭଞ୍ଜ (କେନ୍ୟୁଜ): ବାରିପଦାରେ ଭୁଜାଲିରେ ହାଣି ଯୁବକକୁ ହତ୍ୟା । ଶୁନଗଡିଆ ମହୁଲି ଭାଟିରେ ଘଟିଛି ହତ୍ୟାକାଣ୍ଡ । ମୃତ ଯୁବକ ଜଣକ ସେହି ଅଞ୍ଚଳର ରାମ ମୁଖୀ। ଦୁଇ ଗୋଷ୍ଠୀ ମଧ୍ୟରେ ଵଚସାରୁ ଘଟିଛି ହତ୍ୟାକାଣ୍ଡ । ପାଇଥିବା ପର୍ସରେ ଟଙ୍କା ବୁଝାମଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗୋଣ୍ଡଗୋଲରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୬ ଆହତ ହୋଇଛନ୍ତି । ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୁନଗଡିଆ ଅଞ୍ଚଳରେ।

ଅଭିଯୋଗ ଅନୁସାରେ ମୃତ ରାମ ଏବଂ ତାଙ୍କ ଦୁଇ ଭାଇ ଗାଧୋଇବାକୁ ଯାଇଥିବା ବେଳେ ଗାଧୁଆ ତୁଠରୁ ଏକ ପର୍ସ ପାଇଥିଲେ । ଯେଉଁଥିରେ ୫୫୦ ଟଙ୍କା ରହିଥିବା ବେଳେ ସେ ତାହାକୁ ଘରକୁ ନେଇ ଆସିଥିଲେ । ପରେ ଖବର ପାଇ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏହି ପର୍ସଟି ତାଙ୍କର ଆଉ ତାହା ଫେରସ୍ତ ଦେବାକୁ କହିଥିଲେ । ସେଥିରେ ୫୫୦ ଟଙ୍କା ନୁହେଁ, ୧୩୦୦ ଟଙ୍କା ଥିବାର ନେଇ ସେମାନେ କହିଥିଲେ । ଯାହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଧୀରେ ଧୀରେ ଉଗ୍ର ରୂପ ନେବାରୁ କିଛି ଯୁବକ ରାମଙ୍କ ଘରକୁ ଆସି ତାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଏଥି ସହିତ ତାଙ୍କ ଭଉଣୀ ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ମାରଣାସ୍ତ୍ରରେ ଦୁର୍ବୁତ୍ତ ମାନେ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ଫଳରେ ତାଙ୍କ ଘରର ୬ ଜଣ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଚିକିତ୍ସା ହେବାକୁ ଆସିଥିଲେ ।

ରାମଙ୍କ ମୁଣ୍ଡକୁ ମାରଣାସ୍ତ୍ର ଓ ପଥର ଆଦିରେ ମାଡ଼ ମାରିବା ଦ୍ୱାରା ମୁଣ୍ଡରେ ଗଭୀର ଆଘାତ ହୋଇଥିଲା। ଯାହା ଫଳରେ ପ୍ରବଳ ରକ୍ତସ୍ରାବ ପରେ ସେ ଘଟଣାସ୍ଥଳରେ ଟଳି ପଡିଥିଲେ। କିଛି ସମୟ ପରେ ତାଙ୍କୁ ଉଦ୍ଧାର କରି ପିଆରଏମ୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆଣି ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ଥାନା ସମ୍ମୁଖରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଥାନା ସମ୍ମୁଖରେ ଧାରଣାରେ ବସି ଅଭିଯୁକ୍ତକୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.