ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା, ବାରଣାସୀରୁ ପୁଣି ଥରେ ନିର୍ବାଚନ ଲଢିବେ ମୋଦି

ମିଶନ ୪୦୦ ପାଇଁ ଆସିଲା ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା । ୧୯୫ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୩୪ କେନ୍ଦ୍ର ଓ ରାଷ୍ଟ୍ରମନ୍ତ୍ରୀ, ଲୋକସଭା ବାଚସ୍ପତି ଏହି ତାଲିକାରେ ରହିଛନ୍ତି। ବାରଣାସୀରୁ ପୁଣି ଥରେ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦି ।

ନୂଆଦିଲ୍ଲୀ : ମିଶନ ୪୦୦ ପାଇଁ ଆସିଲା ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା । ୧୯୫ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୩୪ କେନ୍ଦ୍ର ଓ ରାଷ୍ଟ୍ରମନ୍ତ୍ରୀ, ଲୋକସଭା ବାଚସ୍ପତି ଏହି ତାଲିକାରେ ରହିଛନ୍ତି। ବାରଣାସୀରୁ ପୁଣି ଥରେ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦି । ଅମିତ ଶାହା ଗାନ୍ଧିନଗର, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଓ ମନସୁଖ ମାଣ୍ଡଭିୟ ପୋରବନ୍ଦର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ତାଲିକାରେ ଉତ୍ତର ପ୍ରଦେଶର ସର୍ବାଧିକ ୫୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।

ମଧ୍ଯପ୍ରଦେଶର ୨୪, ପଶ୍ଚିମବଙ୍ଗର ୨୦, ଗୁଜରାଟ ଓ ରାଜସ୍ଥାନରୁ ୧୫ଟି ଲେଖାଏଁ ଲୋକସଭା ଆସନ ପାଇଁ ନାଁ ଘୋଷଣା ହୋଇଛି। ମୋଟ୍ ୧୬ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଏମାନଙ୍କ ଭିତରେ ଅଛନ୍ତି ୨୮ ଜଣ ମହିଳା । ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌଦ୍ବାନ ବିଦିଶା, ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁନା ଆସନରୁ ଲଢିବେ। ଆସାମ ଦିବ୍ରୁଗଡରୁ ପୂର୍ବତନ ସିଏମ ସର୍ବାନନ୍ଦ ସୋନୱାଲ, ଭୋପାଳ ଆସନରୁ ବାଦ ପଡ଼ିଲେ ପ୍ରଜ୍ଞା ସିଂ ଠାକୁର। ପ୍ରଜ୍ଞା ସିଂଙ୍କ ସ୍ଥାନରେ ଆଲୋକ ଶର୍ମାଙ୍କୁ ପ୍ରାର୍ଥୀ କରିଛି ବିଜେପି। ଦିଲ୍ଲୀର ୫ଟି ଆସନ ପାଇଁ ପ୍ରାର୍ଥି ଘୋଷଣା ହୋଇଛି।

ଉତ୍ତର ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀ, ନୂଆଦିଲ୍ଲୀରୁ ବାଂଶୁରୀ ସ୍ବରାଜ, ପଶ୍ଚିମ ଦିଲ୍ଲୀରୁ କମଲଜିତ ସେହରାୱତ, ଦକ୍ଷିଣ ଦିଲ୍ଲୀରୁ ରାମଭୀର ସିଂ ଭିଦୁରି ଏବଂ ଚାନ୍ଦିନୀଚୌକ ଆସନରୁ ପ୍ରବୀଣ ଖଣ୍ଡେଲୱାଲ। ଆମେଥିରୁ ସ୍ମୃତି ଇରାନୀ, ମଥୁରାରୁ ହେମାମାଳିନୀ ଓ ଫତେପୁର ଆସନରୁ ସାଧ୍ବୀ ନିରଞ୍ଜନାଙ୍କୁ ଟିକେଟ ଦେଇଛି ବିଜେପି । କେରଳରେ କେନ୍ଦ୍ରମନ୍ତ୍ରୀ ଭି ମୁରଲିଧରନ ଅତିଙ୍ଗାଲ ଆସନରୁ, ରାଜୀବ ଚନ୍ଦ୍ରଶେଖର ଥିରୁବନନ୍ତପୁରମରୁ ଲଢିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.