ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଭୁବନେଶ୍ବର ଏୟାରପୋର୍ଟରୁ ଚଣ୍ଡୀଖୋଲ ଯାଏ ସୁରକ୍ଷା କଡ଼ାକଡ଼ି

ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି। ଚଣ୍ଡିଖୋଲରେ ସରକାରୀ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗଦେବେ । ଭୁବନେଶ୍ବର ଏୟାରପୋର୍ଟରୁ ଚଣ୍ଡୀଖୋଲ ଯାଏ ସୁରକ୍ଷା କଡ଼ାକଡ଼ି କରାଯିବ । ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି। ଚଣ୍ଡିଖୋଲରେ ସରକାରୀ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗଦେବେ । ଭୁବନେଶ୍ବର ଏୟାରପୋର୍ଟରୁ ଚଣ୍ଡୀଖୋଲ ଯାଏ ସୁରକ୍ଷା କଡ଼ାକଡ଼ି କରାଯିବ । ସୁରକ୍ଷାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ପୂରା ଅଞ୍ଚଳକୁ ବ୍ଲାକ୍ କାଟାଗୋରୀ ଜୋନରେ ରଖାଯିବ । ଓଡ଼ିଶାରେ ପହଞ୍ଚି ସୁରକ୍ଷାର ଯାଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏସପିଜି ।

୫ ତାରିଖରେ ତେଲେଙ୍ଗାନାରୁ କାର୍ଯ୍ୟକ୍ରମ ସାରି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ସ୍ବତନ୍ତ୍ର ବାୟୁସେନା ବିମାନରେ ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବେ । ଏଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଯିବେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ । ବେଣାପୁରରେ ସରକାରୀ କାର୍ଯ୍ୟକ୍ରମ ରହିଛି । ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ୮ଥାକିଆ ରାସ୍ତା ସହ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ପରେ ସାଧାରଣ ସଭାରେ ଯୋଗଦେବେ । ଚଣ୍ଡୀଖୋଲରେ କାର୍ଯ୍ୟକ୍ରମ ସାରି ସଂଧ୍ୟାରେ ଭୁବନେଶ୍ବର ଫେରିବେ ପ୍ରଧାନମନ୍ତ୍ରୀ । ବିମାନ ଯୋଗେ ଯିବେ କୋଲକାତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.