ରାତି ପାହିଲେ ଭୋଟ୍‌: ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ହେବ ନିର୍ବାଚନ

ଭୁବନେଶ୍ୱର(କେନ୍ୟୁଜ): ସରିଛି ପୌର ନିର୍ବାଚନ ପ୍ରଚାର । ରାତି ପାହିଲେ ଭୋଟ୍‌ । ରାଜ୍ୟର ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ହେବ ନିର୍ବାଚନ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ବ୍ୟବସ୍ଥା କରିଛନ୍ତି ନିର୍ବାଚନ ଅଧିକାରୀ।

ଭୁବନେଶ୍ୱର ମହାନଗର ନିଗମରେ ୬୭ଟି ୱାର୍ଡ ପାଇଁ ୭୦୫ଟି ମତଦାନ କେନ୍ଦ୍ର ହୋଇଛି । ସେଥିମଧ୍ୟରୁ ୫ଟି ପିଙ୍କ୍‌ ବୁଥ ରହିଛି । ପ୍ରତି ପିଙ୍କ୍‌ ବୁଥରେ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ ୫ ଜଣ ମହିଳା ପୋଲିଂ କର୍ମଚାରୀ ରହିବେ ।

ମେୟର ପ୍ରାର୍ଥୀ ଓ କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ଅଲଗା ଅଲଗା ଇଭିଏମ୍‌ ବ୍ୟବହୃତ ହେବ । ନିର୍ବାଚନ ପରିଚାଳନା ପାଇଁ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି । ଆଜିଠୁ ପ୍ରିଜାଇଡିଂ ଅଫିସର୍‌, ପୁଲିଂ ଅଫିସର, ସୁରକ୍ଷା କର୍ମୀ ଓ ଅନ୍ୟ କର୍ମଚାରୀ ମାନେ ବୁଥ୍‌କୁ ଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.