Below header

ସାମାନ୍ୟ ବଚସାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ, ହିଞ୍ଜିଳିକାଟୁ ପିତ୍ତଳ ଛକରେ ୪ ଭାଇଙ୍କୁ ହତ୍ୟା

ବ୍ରହ୍ମପୁର(କେନ୍ୟୁଜ): ହିଂଜିଳିରେ ବୀଭତ୍ସ ହତ୍ୟା। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଛକରେ ୪ ଜଣଙ୍କୁ ହତ୍ୟା। ସାମାନ୍ୟ ବଚସାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଛି। ରାମଚନ୍ଦ୍ରପୁର ଗାଁର କିଛି ଯୁବକ ୪ ଭାଇଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଦୁଇ ଗୋଷ୍ଠୀ ପରସ୍ପରକୁ ସଶସ୍ତ୍ର ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକମାନେ ହେଲେ ପିତଳ ନରେନ୍ଦ୍ରପୁର ଅଂଚଳର । ଖବର ପାଇ ପୋଲିସ ପହଞ୍ଚିଲାବେଳକୁ ରାସ୍ତା ଉପରେ ମୃତଦେହ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.