Below header

ମାଙ୍ଗଳିକ ଦୋଷ ଦୂର କରିବା ପାଇଁ ଧାରଣ କରନ୍ତୁ ଏହି ରତ୍ନ ,ଫଟାଫଟ ଦୂର ହେବ ମଙ୍ଗଳ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ରତ୍ନର ମହତ୍ୱ ବିଷୟରେ କୁହାଯାଇଛି | ଜାତକରେ ଗ୍ରହମାନଙ୍କର ସ୍ଥିତିକୁ ମଜବୁତ କରିବା ଏବଂ ସେମାନଙ୍କର ଅଶୁଭ ପ୍ରଭାବକୁ କମ କରିବା ପାଇଁ ରତ୍ନ ଧାରଣର ବିଶେଷତ୍ୱ ରହିଛି | ଆଜି ଆମେ ମୁଂଗା ବା ରକ୍ତ ପ୍ରବାଳ ରତ୍ନ ବିଷୟରେ ଜାଣିବା | ଏହି ରତ୍ନ ମଙ୍ଗଳ ଗ୍ରହର ପ୍ରତିନିଧିତ୍ୱ କରିଥାଏ |

ମୁଂଗା ରତ୍ନ ଧାରଣ କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ସମସ୍ୟାରୁ ମୁକ୍ତି ମିଳିଥାଏ | ଜ୍ୟୋତିଷଙ୍କ କହିବା ଅନୁସାରେ ଯଦି ଠିକ ପରିମାଣର ମୁଂଗା ଧାରଣ କରନ୍ତି ତେବେ ଆପଣଙ୍କୁ ଧନଵାନ ହେବାରେ ସାହାଯ୍ୟ ମିଳିଥାଏ |

ଜାଣନ୍ତୁ କେଉଁ ଲୋକମାନଙ୍କ ପାଇଁ ମୁଂଗା ରତ୍ନ ଲାଭ ଦାୟକ ହୋଇଥାଏ –

କହନ୍ତି ମାଙ୍ଗଳିକ ଦୋଷର ସମସ୍ୟାରୁ ନିସ୍ତାର ପାଇବା ପାଇଁ ମୁଂଗା ଧାରଣ କରିବା ଉଚିତ |

ଜ୍ୟୋତିଷ ଅନୁସାରେ କୌଣସି ଜାତକରେ ମେଷ,ବିଛା ବା ଧନୁ କିମ୍ବା ମୀନ ରାଶି ଲଗ୍ନରେ ଥିଲେ ମୁଂଗା ରତ୍ନ ଧାରଣ କଲେ
ଶୁଭ ଫଳ ପ୍ରାପ୍ତି ହୋଇଥାଏ |

ମେଷ ଏବଂ ବିଛା ମଙ୍ଗଳ ଗ୍ରହର ରାଶି | ଏଣୁ ଏହି ରାଶିର ବ୍ୟକ୍ତି ଜ୍ୟୋତିଷଙ୍କ ପରାମର୍ଶରେ ମୁଂଗା ରତ୍ନ ଧାରଣ କରି ପାରିବେ |

ଯଦି କୌଣସି ଜାତକରେ ମଙ୍ଗଳ ଅଶୁଭ କିମ୍ବା ନୀଚ ସ୍ଥାନରେ ରହିଥାଏ ତାହେଲେ ମୁଙ୍ଗା ରତ୍ନ ଧାରଣ କରିବା ଶୁଭ ହୋଇଥାଏ |

କୌଣସି ବ୍ୟକ୍ତି ଠାରେ ଆତ୍ମବିଶ୍ୱାସ କମ ଥିଲେ ମୁଂଗା ରତ୍ନ ଧାରଣ କରନ୍ତୁ | ଏହାଦ୍ୱାରା ଆପଣଙ୍କୁ ନିଜ ଭିତରେ ବହୁତ ଫରକ ନଜର ଆସିବ|
ଅଧିକ ଅଳସୁଆ ଲୋକମାନଙ୍କ ପାଇଁ ମଧ୍ୟ ମୁଂଗା ରତ୍ନ ପିନ୍ଧିବା ଲାଭଦାୟକ ହୋଇଥାଏ |

ରତ୍ନ ଶାସ୍ତ୍ରର କହିବାନୁସାରେ ମୁଂଗା ରତ୍ନ ମହିଳାମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ | ଏହାକୁ ଧାରଣ କରିଲେ ରକ୍ତ
ସମ୍ବନ୍ଧୀୟ ରୋଗଗୁଡ଼ିକରୁ ମୁକ୍ତି ମିଳିଥାଏ |

ମୁଂଗା ଧାରଣ କରିବାର ବିଧି –

ରତ୍ନ ଜ୍ୟୋତିଷଙ୍କ ଅନୁସାରେ ମୁଂଗା ରତ୍ନ ରୂପା କିମ୍ବା ସୁନା ମୁଦିରେ ପିନ୍ଧା ଯାଇଥାଏ | ମୁଦିରେ ସାଡେ ଚାରି -ସାଡେ ଆଠ ରତି ପର୍ଯ୍ୟନ୍ତ ମୁଂଗା ପିନ୍ଧା ଯାଇପାରେ | ମୁଂଗାର ମୁଦି ତିଆରି କରିବା ପରେ ଏହାକୁ ସୋମବାର ଦିନ

  ଗଙ୍ଗା ଜଳ ଏବଂ କଞ୍ଚା ଦୁଗ୍ଧରେ ପକେଇ ରଖି ଦିଅନ୍ତୁ | ମଙ୍ଗଳବାର ଦିନ ସକାଳେ ଏହାକୁ କଞ୍ଚା ଦୁଗ୍ଧରୁ କାଢ଼ି ନିଅନ୍ତୁ ଏବଂ ଗଙ୍ଗା ଜଳରେ ଧୋଇ ଦିଅନ୍ତୁ | ଏହାପରେ ମୁଦିକୁ ଅନାମିକା ଆଙ୍ଗୁଳିରେ ଧାରଣ କରନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.