Below header

ଅନୁଗୁଳ ଷୋମନାଥପୁର ଗାଁରେ ହତ୍ୟାକାଣ୍ଡ: ସାଙ୍ଗର କୁରାଢ଼ୀ ଚୋଟରେ ଗଲା ସାଙ୍ଗର ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଷୋମନାଥପୁର ଗାଁରେ ହତ୍ୟାକାଣ୍ଡ । ମଦ ପିଇବା ହେଇଛି କାଳ । ସାଙ୍ଗର କୁରାଢ଼ୀ ଆକ୍ରମଣରେ ସାଙ୍ଗର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଦିଲୀପ ସେଠୀ । ସୁଚନା ମୁତାବକ ଦିଲୀପ ସେଠୀ , କୁନା ବେହେରା ରଞ୍ଜନ ବେହେରା ଭୋଜି କରିବା ସହ ଏକାଠି ମଦ ପିଇଥିଲେ । ମଦ ପିଇବା ସମୟରେ କୁନା ଓ ଦିଲୀପଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏଥିରେ କୁନା ରାଗିଯାଇ ସେଠାରେ ଥିବା ଏକ କୁରାଢ଼ୀ ଆଣି ଦିଲୀପ ଉପରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଦିଲୀପଙ୍କ ମୃତ୍ୟୁ ହୋଇଥିଲା । ସୂଚନା ପାଇ ଠାକୁରଗଡ଼ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଦିଲୀପଙ୍କ ବାପା ଦଳଗୋବିନ୍ଦ ସେଠୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ କୁନାକୁ ପୋଲିସ ଅଟକ ରଖି ପଚାରାଉଚରା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.