ମୋହନା: ପୁଣି ଗୁଣି ଗାରେଡିକୁ ନେଇ ହତ୍ୟା! ଘଟଣାର ୪୮ ଦିନ ପରେ ପୋଲିସ୍ ନିକଟରେ ଅଭିଯୋଗ

ମୋହନା: ବାରମ୍ବାର ସଚେତନ ପରେ ବି ମାନୁମାନାନ୍ତି ଲୋକେ। ଅନ୍ଧବିଶ୍ବାସକୁ ବିଶ୍ବାସ କରି କରିବସୁଛନ୍ତି ଅପରାଧ । ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଗୁଣି ଗାରେଡି ଯୋଗୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଘଟଣା ଘଟିବାର ୪୮ ଦିନ ପରେ ପୋଲିସ ପାଖରେ ଅଭିଯୋଗ । ଗୁଣି ଗାରେଡି ଯୋଗୁ ହତ୍ୟା ସନ୍ଦେହ । ଘରୁ ଡାକିନେଇ ସଂଘ ବଦ୍ଧ ଭାବେ ଜଣକୁ ଅତି ନିର୍ମମ ଭାବେ ହତ୍ୟା କରି ପୋତିଦେଇ ଥିବା ଅଭିଯୋଗ ହୋଇଛି । ଏହି ଖବର ବାହାରେ ପ୍ରଘଟ ନକରିବା ପାଇଁ ଗାଁରେ ବୈଠକ ହୋଇ ସ୍ଥିର ହୋଇଥିଲା ।

ହେଲେ ଆର. ଉଦୟଗିରି ଥାନାରେ ଏନେଇ ମୃତକଙ୍କ ପରିବାର ଲୋକେ ଏତଲା ଦେବା ପରେ ଗାଁରେ ପୋଲିସ ପହଞ୍ଚି ହତ୍ୟା ଘଟଣାରେ ସଂପୃକ୍ତ ଲୋକଙ୍କୁ ଉଠାଇ ନେଇଛି । ଅଭିଯୁକ୍ତ ରାମଚନ୍ଦ୍ର ରଇତକୁ ପୋଲିସ ଗିରଫ କରିବା ସହ ପୋତା ହୋଇଥିବା ମୃତ ଦେହକୁ ଉଦ୍ଧାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.