ଅନୁଗୁଳ ନୂଆଁସାହି ଗାଁରେ ଚାଞ୍ଚଲ୍ଯ: ସିଗାରେଟ ବାକି ମାଗିବାରୁ ପ୍ରଥମେ ଗଣ୍ଡଗୋଳ ପରେ ହତ୍ୟା

ଅନୁଗୁଳ(କେନ୍ୟୁଜ୍‌): ସିଗାରେଟ ବାକି ମାଗିବାରୁ ଗଣ୍ଡଗୋଳ ପରେ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ସଦର ଥାନା ନୂଆଁସାହି ଗାଁରେ । ନୂଆଁସାହିର ଲଳିତ ସାହୁ ନାମକ ଜଣେ ଯୁବକ ଗାଁରେ ଦୋକାନ ଦେଇଥିବା ଦୁଷ୍ମନ୍ତ ସାହୁଙ୍କୁ ସିଗାରେଟ ମାଗିଥିଲେ । ତେବେ ପୂର୍ବରୁ ଏକ ସିଗାରେଟର ଟଙ୍କା କାହିଁକି ଦେଇ ନାହଁ ପୁଣି ସିଗାରେଟ ମାଗୁଛ ବୋଲି ଦୁଷ୍ମନ୍ତ କହିବାରୁ ଉଭୟ ଦୁଷ୍ମନ୍ତ ଓ ଲଳିତଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏହି ବଚସା ବେଳେ ଉତ୍ୟକ୍ତ ହୋଇ ଦୁଷ୍ମନ୍ତ ଓ ତାଙ୍କ ଦୁଇ ଭାଇ ମିଶି ଲଳିତକୁ ଆକ୍ରମଣ କରିଥିଲେ । ଦୁଷ୍ମନ୍ତଙ୍କ ଭାଇ ଏକ ଛୁରୀରେ ଲଳିତଙ୍କୁ ଆକ୍ରମଣ କରିଥିଲେ । ଲଳିତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.