ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁ ହତ୍ୟା ଘଟଣା: ୧୭ଦିନ ପରେ ବି ପୋଲିସ ହାତ ଖାଲି, ପ୍ରତିବାଦରେ ଏସଡିପିଓଙ୍କ ଅଫିସ ଆଗରେ ବିକ୍ଷୋଭ

ପାଟଣାଗଡ଼(କେନ୍ୟୁଜ୍‌): ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ହତ୍ୟା ଘଟଣାକୁ ୧୭ ଦିନ ବିତିଥିଲେ ବି ଏଯାଏ ପୋଲିସ ହାତ ଖାଲି । ଅଭିଯୁକ୍ତଙ୍କୁ ଗିରଫ କରାଯାଇନି । ସେହିପରି ପାଟଣାଗଡ଼ ଅଞ୍ଚଳରେ ହତ୍ୟା, ଚୋରି, ଗଣ୍ଡଗୋଳ ଭଳି ଘଟଣା ବଢ଼ିବାରେ ଲାଗିଛି ।

ଏହାର ପ୍ରତିବାଦରେ ଆଜି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପାଟଣାଗଡ଼ ଏସଡିପିଓଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତାପୂର୍ବରୁ କୋଶଳ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଏସଡିପିଓଙ୍କ ଅଫିସ ଆଗରେ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.