Below header

ରୋଗୀଙ୍କ ସମ୍ପର୍କୀୟଙ୍କୁ ଜୀବନରୁ ମାରିଦେଲେ ଦୁର୍ବୃତ୍ତ, ଶୌଚ ପାଇଁ ଯାଉଥିବାବେଳେ ଲୁଟ୍‌ ଉଦ୍ଦେଶ୍ୟରେ ହତ୍ୟା !

ସମ୍ବଲପୁର(କେନ୍ୟୁଜ୍): ବୁର୍ଲାରେ ଯୁବକଙ୍କୁ ହତ୍ୟା। ଗୌଡ଼ପାଲି ପାୱାର କେନାଲ ନିକଟରେ ହତ୍ୟାକାଣ୍ଡ ଘଟିଛି। ଶୌଚ ପାଇଁ ଯାଉଥିବା ସମୟରେ ଲୁଟ୍‌ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଭୀମସାରକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ପୁଅକୁ ମାରଣାସ୍ତ୍ରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ମହୁଲପାଲି ଅଞ୍ଚଳର କପିଳ ନାୟକ ଭୀମସାରରେ ENT ବିଭାଗରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳେ ତାଙ୍କ ପୁଅ ଓ ସମ୍ପର୍କୀୟ ନିକଟସ୍ଥ କେନାଲକୁ ଶୌଚ ପାଇଁ ଯାଇଥିବା ସମୟରେ କିଛି ଦୁବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀଙ୍କ ସୁରାକ ମିଳିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.