ପୁଣି ଚର୍ଚ୍ଚାରେ ମୋନାଲିସା: ନିଜସ୍ୱ ଉଦ୍ୟମରେ ୟୁଟ୍ୟୁବରୁ ମିଳୁଥିବା ଅର୍ଥରୁ କଲେ ପଶୁ ଡାକ୍ତରଖାନା 

ଯାଜପୁର ଟାଉନ(କେନ୍ୟୁଜ୍): ପୁଣି ଚର୍ଚ୍ଚାରେ ୟୁ ଟ୍ୟୁବର ମୋନାଲିସା। ଦିନେ ଶାଢ଼ି ପିନ୍ଧି ଘୋଡା ଚଢ଼ିବା ଠାରୁ ଆରମ୍ଭ କରି ବୁଲେଟ,ବସ ଓ ଟ୍ରକ ଚଳାଇ ଇଂଟରନେଟ ସେନସେସନ ପାଲଟିଥିବା ମୋନାଲିସା ଭଦ୍ର ଏବେ  ନିଜସ୍ୱ ଉଦ୍ୟମରେ ଆରମ୍ଭ କରିବାକୁ ଯାଉଛନ୍ତି ଏକ ପଶୁ ଡାକ୍ତରଖାନା । ବିଭିନ୍ନ ସମୟରେ ଚିକିତ୍ସା ଅଭାବରୁ ବନ୍ୟ ଜନ୍ତୁ ମାନେ ମୃତ୍ୟୁବରଣ କରୁଥିବା ଦେଖି ମୋନାଲିସା ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହି ପଶୁ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଏହା ସମାପ୍ତ ହେବା ପରେ ପଶୁ ମାନଙ୍କ ପାଇଁ ବିଶେଷ ସହାୟକ ହୋଇପାରିବ । ତେବେ ଅନେକ ସମୟରେ ଚିକିତ୍ସା ଅଭାବରୁ ବନ୍ୟ ଜନ୍ତୁ ମାନେ ମୃତ୍ୟୁ ବରଣ କରୁଥିବା ଯୋଗୁଁ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଏଭଳି ପଶୁ ଚିକିତ୍ସା ଆରମ୍ଭ ହୋଇଛି ବୋଲି ମୋନାଲିସାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ର କହିଛନ୍ତି । ପଶୁ ପକ୍ଷୀଙ୍କୁ ଭଲ ପାଇବା ସହିତ ସେମାନଙ୍କୁ ଖାଇବାକୁ ଦେବାର ଭିଡିଓ ସୁଟ କରି ୨୦୧୩ ମସିହାରେ ପ୍ରଥମେ ୟୁଟୁବରେ ଅପଲୋଡ କରିବା ପରେ ଏହାକୁ ପସନ୍ଦ କରିଥିଲେ ଦର୍ଶକ । ଏହା ପରେ ସେ ବୁଲେଟ ଚଲେଇବା ଠାରୁ ଆରମ୍ଭ କରି ଘୋଡା ଚଡିବା ଓ ବଡ ବଡ ଗାଡି ଚଲାଇ ସେସବୁ ଭିଡିଓକୁ ୟୁଟୁବରେ ଅପଲୋଡ କରି ଚାଲିଛନ୍ତି । ଯେଉଁଥିରେ ଏବେ ତାଙ୍କର ୩୦ ଲକ୍ଷରୁ ଉର୍ଦ୍ଧ ସବସ୍କ୍ରାଇବର ରହିଛନ୍ତି ।

mona

ଯାଜପୁର ବ୍ଲକ ଜହଳ ଗ୍ରାମର ମୋନାଲିସା ଭଦ୍ର ଜଣେ ଗୃହିଣୀ ହୋଇ ମଧ୍ଯ ଘୋଡା ଚଡିବା ଠାରୁ ଆରମ୍ଭ କରି ଟ୍ରକ, ବସ ଓ ଟ୍ରାକ୍ଟର ଚଲାଇ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଏହି କାର୍ଯ୍ୟରେ ତାଙ୍କର ସ୍ୱାମୀ ଓ ଶାଶୁ ଶ୍ବଶୁରଙ୍କ ପ୍ରେରଣା ରହିଛି । ମୋନାଲିସା ବନ୍ୟ ଜନ୍ତୁଙ୍କ ଯତ୍ନ ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ମୋନାଲିସା ବନ୍ୟ ଜନ୍ତୁ ଜତ୍ନ ନେବା କଥା ହେଉ ବା ଦୁଃଶାହସିକ କାର୍ଯ୍ୟ ପାଇଁ ହେଉ ସବୁଠି ମୋନାଲିସାଙ୍କ ପ୍ରଶଂସା ଦେଖିବାକୁ ମିଳିଛି । ମୋନାଲିସା ନିଜସ୍ୱ ଉଦ୍ୟମରେ ଏଭଳି ଏକ ପଶୁ ଡାକ୍ତରଖାନା କରୁଥିବା ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ବେଳେ ପରିବାର ଲୋକେ ମଧ୍ୟ ଗର୍ବ ଅନୁଭବ କରିଛନ୍ତି ।

Jajpur
ସବୁଠାରୁ ବଡ କଥା ମୋନାଲିସା ଏବଂ ତାଙ୍କ ସ୍ୱାମୀ ୟୁ ଟ୍ୟୁବରୁ ମିଳୁଥିବା ଅର୍ଥରେ ହିଁ ଏହି ପଶୁ ଡାକ୍ତରଖାନା ନିର୍ମାଣ କରୁଛନ୍ତି । ଏଠାରେ ଡାକ୍ତରଖାନା କାର୍ଯ୍ୟକ୍ଷମ ହେଲେ ବିଭିନ୍ନ ବନ୍ୟ ଜନ୍ତୁ ଚିକିତ୍ସିତ ହୋଇପାରିବେ। ଯାହା ଅନ୍ଯ ମହିଳା ତଥା ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ପାଲଟିବ ନିଶ୍ଚୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.