ଢେଙ୍କାନାଳ ସାରିଅ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଅଭିଯୁକ୍ତକୁ କାବୁ କରି ପଚରାଉଚରା କରୁଛି ପୋଲିସ୍

ଢେଙ୍କାନାଳ : ଢେଙ୍କାନାଳରେ ମର୍ଡର! ଢେଙ୍କାନାଳ ସଦର ଥାନା ସାରିଅ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ସୁଚନା ମୁତାବକ, ଗାଁର ସନାତନ ସାହୁକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା ବାପି ନାମକ ଜଣେ ଯୁବକ ।

ଯାହାଫଳରେ ସନାତନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ  ମୃତ୍ୟୁ ଘଟିଥିଲା । ଅନ୍ଯପଟେ ଅଭିଯୁକ୍ତ ବାପିକୁ ପୋଲିସ୍ କାବୁ କରିବା ସହିତ ଅଟକ ରଖି ପଚରାଉଚରା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.