ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆରମ୍ଭ ହେବ ନବନିର୍ମାଣ କୃଷକ ସଂଘର ୨ୟ ପର୍ଯ୍ଯାୟ ସତ୍ୟାଗ୍ରହ

ଭୁବନେଶ୍ବର(କେନ୍ଯୁଜ୍) : ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଆରମ୍ଭ ହେବ ନବନିର୍ମାଣ କୃଷକ ସଂଘର ୨ୟ ପର୍ଯ୍ଯାୟ ସତ୍ୟାଗ୍ରହ। ଆସନ୍ତା ୧୨ ତାରିଖରେ ପ୍ରତି ପଞ୍ଚାୟତ ଆଗରେ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯିବ। ୧୫ରେ ଥାନା ଆଗରେ ଅନଶନ କରିବ ନବନିର୍ମାଣ କୃଷକ ସଙ୍ଗଠନ। ଦାବିପୂରଣ ନହେଲେ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ଗତ ୫ ତାରିଖରେ ହଜାର ହଜାର ଚାଷୀ ଭୁବନେଶ୍ୱରରେ ବିକ୍ଷୋଭ କରିଥିଲେ। ସେପଟେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଏକ ୩ ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି ।