ନନ୍ଦନକାନନର କଳେବର ବୃଦ୍ଧି ପାଇଁ ୬୦୦ କୋଟି ଟଙ୍କାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର, ଦେଶ ବାହାରୁ ଆସିବେ ବନ୍ୟଜନ୍ତୁ

ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଆଜି ୬୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ, ଅତିରିକ୍ତ ସଚିବ ମୋନା ଶର୍ମା, ପି ସି ସି ଏଫ ହରିଶଙ୍କର ଉପାଧ୍ୟାୟଙ୍କ ସହ ନନ୍ଦନକାନନ ନିର୍ଦ୍ଦେଶକ ଶଶୀ ପଲ ଉପସ୍ଥିତ ଥିଲେ। ଏ ଅବସରରେ ସଫାରି ବସ ଷ୍ଟାଣ୍ଡର ସହ ପ୍ରସ୍ଥାନ ଦ୍ୱାରର ଉଦ୍‌ଘାଟନ କରାଯାଇଛି।

କାର୍ଯ୍ୟକ୍ରମରେ ୨୦ ବର୍ଷ ଭିତରେ ନନ୍ଦନକାନନ ର କଳେବର ବୃଦ୍ଧି ପାଇ ୬୦୦ କୋଟି ଟଙ୍କା ର ମାଷ୍ଟର ପ୍ଲାନ କରାଯାଇଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। କାର୍ଯ୍ୟକ୍ରମରେ ଚିଫ ଜେନେରାଲ ମ୍ୟାନେଜର SBI ରୁମା ଦେ ଉପସ୍ଥିତ ଥିଲେ । SBI ପକ୍ଷରୁ ୨୦ ଟି ସମ୍ବର ଓ ୮ ଟି ଧଳା ବାଘ କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏହି ପରି ପ୍ରେକ୍ଷୀ ରେ ସେ ୧୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ସେହିପରି ୨୭ଟି ବାଘ କୁ ପୋଷ୍ୟ ଭାବେ ଗ୍ରହଣ କଲା ଜିନ୍ଦଲ । ଏଥି ପାଇଁ ନନ୍ଦନକାନନ କୁ ୨୯ ଲକ୍ଷ ଟଙ୍କା ର ଚେକ ଦାନ କରିଛନ୍ତି ।

ଏ ଅବସରରେ ପିସିସିଏଫ କହିଛନ୍ତି, ଅନ୍ତର୍ଜାତୀୟ ପ୍ରାଣୀ ଉଦ୍ୟାନ ରେ ନନ୍ଦନକାନନକୁ ପରିଣତ କରିବା ଦିଗରେ ଚେଷ୍ଟା ଚାଲିଛି। ଓୟୁଏଟି ପକ୍ଷରୁ ନନ୍ଦନକାନନରେ wild life ରେ ପୋଷ୍ଟ ଗ୍ରାଜୁଏସନ କିପରି କରାଯାଇପାରିବ ସେ ଦିଗରେ ଚେଷ୍ଟା କରିବୁ। ସେହିପରି କୋଭିଡ ସମୟରେ ପଶୁପକ୍ଷୀ ଙ୍କ ଯତ୍ନ ଯୋଗୁଁ ନନ୍ଦନକାନନର କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୋନା ଶର୍ମା । ଏ ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଟଏ ଟ୍ରେନ ସହ ରୋପ ୱେ ଚଲେଇବା ପାଇଁ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

white-tiger

କରୋନା ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ୧୫ ସୁଦ୍ଧା ୨୬ ଲକ୍ଷ ୫୦ ହଜାର ପର୍ଯ୍ୟଟକ ଆସିଥିଲେ।ବର୍ତ୍ତମାନ ନନ୍ଦନକାନନରେ ୩୭୦୦ରୁ ୩୮୦୦ଜନ୍ତୁ ସମେତ ୧୫୭ ପ୍ରଜାତି ର ପଶୁପକ୍ଷୀ ରହିଛନ୍ତି। ଚଳିତ ବର୍ଷ ପ୍ରାୟ ୨୫ଟି ନୂଆ ଜନ୍ତୁ ଅଣାହେଇଛି । ଆସନ୍ତା ବର୍ଷ ଜୟପୁର ଓ ମିଜୋରାମ ରୁ ନୂଆ ଜନ୍ତୁ ଆସିବେ । ୩୦୦ ପ୍ରାଣୀ ଙ୍କୁ ବିଭିନ୍ନ ସଂସ୍ଥା ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଭଳି ରାଜ୍ୟ ରୁ ବାହାର ଲୋକ ମଧ୍ୟ ପଶୁ ଙ୍କୁ ଅନଲାଇନ ମାଧ୍ୟମରେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଏପରିକି କିଛି ସ୍କୁଲ ଛାତ୍ର ନିଜେ ଜମା କରିଥିବା ପାଣ୍ଠି ରୁ ପଶୁ ଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଭାରତ ବର୍ଷ ର ୧୦ଟି ଚିଡିଆଖାନା କୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଏହା ଭିତରେ ନନ୍ଦନକାନନ ରହିଛି ।

କାର୍ଯ୍ୟକ୍ରମରେ କରୋନା ସମୟରେ ଜୀବଜନ୍ତୁ ଙ୍କ ଯତ୍ନ ନେଇଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। ଗତ ଜାନୁୟାରୀ ୯ରେ ଜନ୍ମ ନେଇଥିବା ଦୁଇ ଧଳା ବାଘଙ୍କ ନାମକରଣ ପାଇଁ ଅନଲାଇନ ଜରିଆରେ ମତାମତ ମଗାଯାଇଥିଲା। ବିଭିନ୍ନ ସ୍ଥାନ ରୁ ଲୋକେ ୫୫୦ ନାମ ମତାମତ ଦେଇଥିଲେ । ୨୫୦ ଲୋକ ଦେଇଥିବା ନାମ ଲବ କୁଶ ନାମରେ ଦୁଇ ବାଘଙ୍କ ନାମକରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.