ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ହେଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ବର(କେନ୍ୟୁଜ୍) : ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ହେଲେ କଂଗ୍ରେସ ବିଧାୟକ ଦଳ ନେତା । କଂଗ୍ରେସ ବିଧାୟକ ମାନେ ତାଙ୍କୁ ସର୍ବସମ୍ମିତିକ୍ରମେ ନେତା ନିର୍ବାଚିତ କରି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଏଆଇସିସିକୁ ପଠାଇଥିଲେ । ଏଆଇସିସି ସେହି ପ୍ରସ୍ତାବ ଉପରେ ମୋହର ମାରି ନରସିଂହଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରିଛି । ଏଥିସହ ସନ୍ତୋଷ ସିଂହ ସାଲୁଜାଙ୍କୁ ଉପନେତା, ତାରା ପ୍ରସାଦ ବାହିନୀପତିଙ୍କୁ ବିଧାୟକ ଦଳ ମୁଖ୍ୟ ସଚେତକ ଓ ମହମ୍ମଦ ମୋକିମଙ୍କୁ ସେକ୍ରେଟାରୀ ଭାବେ ମନୋନୀତ କରାଯାଇଛି । ଗତ ବିଧାନସଭାରେ ବିରୋଧୀ ଦଳ ଭାବେ ଦାୟିତ୍ୱ କରିଥିଲେ । ବିଧାନସଭାରେ କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି ।

Leave A Reply

Your email address will not be published.