ନୂଆପଡ଼ା ଖଡିଆଳ ଏନଏସି କାର୍ଯ୍ୟାଳୟ ଘେରିଲେ ଶତାଧିକ ଭୂମିହୀନ, ଜମିପଟା ପ୍ରଦାନରେ ପାତରଅନ୍ତର ଅଭିଯୋଗ

ନୂଆପଡ଼ା(କେନ୍ୟୁଜ୍) : ନୂଆପଡ଼ା ଖଡିଆଳ ଏନଏସିର ବିଭିନ୍ନ ୱାର୍ଡରେ ବସବାସ କରୁଥିବା ଭୂମିହୀନଙ୍କୁ ଜମିପଟା ପ୍ରଦାନରେ ପାତରଅନ୍ତର କରାଯାଇଥିବା ଅଭିଯୋଗ କରି ଦଳିତ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାକୁ ବିରେଧ କରି ଖଡିଆଳ ଏନଏସି କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ଶତାଧିକ ଭୂମିହୀନ । ଗତ କିଛି ମାସ ତଳେ ନିଲଜିବନ୍ଧ ପଡ଼ା, ଛୁଟିଗୁଡ଼ିପଡ଼ା, ବ୍ରାହ୍ମଣପଡ଼ା, ପୁଟୁପଡ଼ାର ତଳପଡ଼ା ଓ ଉପରପଡ଼ାକୁ ସ୍ଲିମ ଏରିଆ ଭାବେ ଚିହ୍ନଟ କରାଯାଇ ୧୫୯ ଜଣଙ୍କୁ ଜମିପଟ୍ଟା ଦେବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ନିଲଜିବନ୍ଧ ପଡ଼ାର ୧୦ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଏଯାଏଁ ମିଳିନି । ଯାହାକୁ ନେଇ ବସ୍ତିବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

 

Leave A Reply

Your email address will not be published.