Below header

ଖୋର୍ଦ୍ଧାଗଡ଼ରୁ ଦେଖିବାକୁ ମିଳିଲା ମୋଦିଙ୍କ ବାଲାନ୍‌ସିଂ ଆକ୍ଟ ! ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ମାରିଲେ ପ୍ରଶ୍ନ ବାଣ, କିନ୍ତୁ ଟାର୍ଗେଟ୍‌ରେ ନଥିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ଅରୁଗୁଳ ଆଇଆଇଟି କ୍ୟାମ୍ପସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ର ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ବି ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଉଚ୍ଚ ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ଗ୍ୟାସ୍‌, ରାଜପଥ ପାଇଁ ସାଢ଼େ ୧୪ ହଜାର ୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଉଦବୋଧନରେ ସବ୍‌କା ସାଥ୍‌ ସବ୍‌କା ବିକାଶର ମନ୍ତ୍ର ଦେଇ ମୋଦି କହିଛନ୍ତି, ପୂର୍ବ ଭାରତର ବିକାଶ ଉପରେ ଧ୍ୟାନ ଦେଉଛନ୍ତି କେନ୍ଦ୍ର ସରକାର । ଓଡ଼ିଶା ହେବ ପୂର୍ବ ଭାରତର ପେଟ୍ରୋଲିୟମ୍‌ ହବ୍‌ । ଓଡ଼ିଶା ହେବ ନିଉ ଇଣ୍ଡିଆର ଇଞ୍ଜିନ । ତେଲ ଓ ଗ୍ୟାସ୍‌ ନେଇ ରାଜ୍ୟର ଭବିଷ୍ୟତ ଉଜ୍ଜ୍ୱଳ । ପାରାଦୀପ-ହାଇଦ୍ରାବାଦ ପାଇପଲାଇନ୍‌ ୪ ହଜାର କୋଟି ଓ ବୋକାରୋ-ଅନୁଗୁଳ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ପାଇଁ ଖର୍ଚ୍ଚ ହେବ ସାଢ଼େ ୩ ହଜାର କୋଟି । ଓଡ଼ିଶା ପୂର୍ବ ଭାରତର ବିକାଶ ଦିଗରେ ପ୍ରମୁଖ ଭୂମିକା ତୁଲାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

modi coinପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହ ସ୍ମାରକୀ ଡାକ ଟିକେଟ ଓ ମୁଦ୍ରା ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ପ୍ରତିଷ୍ଠାର ବି ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା, ବକ୍ସି ଜଗବନ୍ଧୁଙ୍କ ନାଁରେ ଟ୍ରେନ୍‌ ଚଳାଚଳା ପାଇଁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ନବୀନ । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରକଳ୍ପର ସଫଳ ରୂପାୟନ ନେଇ ରାଜ୍ୟ ସରକାର ସହଯୋଗ କରିବେ ବୋଲି ନବୀନ କହିଛନ୍ତି ।

ଭୁବନେଶ୍ୱର ଇଏସ୍‌ଆଇ ହସ୍ପିଟାଲର ବେଡ୍‌ ସଂଖ୍ୟା ଶହେକୁ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ଖର୍ଚ୍ଚ ହେବ ୭୫ କୋଟିରୁ ଅଧିକ ଟଙ୍କା । ସେହିପରି ୧୦ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ବ୍ରହ୍ମପୁର ଆଇଜର କ୍ୟାମ୍ପସ ନିର୍ମାଣରେ ଖର୍ଚ୍ଚ ହେବ ହଜାରେ ୮୨ କୋଟି ଟଙ୍କା । ଏସମସ୍ତ ପ୍ରକଳ୍ପକୁ ଭିଡିଓ କନଫରେନ୍ସିଂରେ ଆଇଆଇଟି ଭୁବନେଶ୍ୱର ପରିସରରୁ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦିଙ୍କ ଗସ୍ତ ନେଇ ନେତା ଓ କର୍ମୀ ଉତ୍ସାହିତ : 

Modi karmiତିନି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ। ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଅନେକ ଉତ୍ସାହ। ଆଇଆଇଟି ଅରୁଗୁଳର ସ୍ଥାୟୀ କ୍ୟାମ୍ପସ ଉଦଘାଟନ ଓ ପରେ ଜଟଣୀ ଗୋଶାଲା ପଡ଼ିଆରେ ସାଧାରଣ ସଭାକୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ପହଞ୍ଚିବାର ଯଥେଷ୍ଟ ପୂର୍ବରୁ ଗୋଶାଳା ପଡ଼ିଆରେ କର୍ମୀଙ୍କ ଭିଡ଼ ଜମିଥିଲା । ସ୍ୱାଗତ ପାଇଁ ଉତ୍ସବ ମୁଖର ହୋଇଥିଲା ବିମାନବନ୍ଦର ଠାରୁ ଖୋର୍ଦ୍ଧାର ଗୋଶାଳା । ଭୁବନେଶ୍ୱର ବିମାନ ବନ୍ଦରରେ ମୋଦିଙ୍କୁ ସ୍ୱାଗତ କରିବାକୁ ଉପସ୍ଥିତ ଥିଲେ ବିଜେପିର ବରିଷ୍ଠ ନେତା ଓ ବିଧାୟକ। ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ଯାଇଥିଲେ ଅରୁଗୁଳ। ସକାଳୁ ସକାଳୁ ଆଇଆଇଟି ପରିସରରେ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଗହଳି ଲାଗିଥିଲା ।

ଅରୁଗୁଳ କାର୍ଯ୍ୟକ୍ରମ ସରିବା ପରେ ମୋଦି ପହଞ୍ଚିଥିଲେ ଗୋଶାଳା ପଡ଼ିଆ । ବିଜେପିର ଦଳୀୟ ପତାକା ରାସ୍ତାରେ ଫରଫର ହୋଇ ଉଡୁଥିଲା। ରାସ୍ତାଘାଟ ମଧ୍ୟ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଥିଲା। ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବାକୁ ପାରମ୍ପରିକ ନୃତ୍ୟ ଓ ବାଦ୍ୟ ସହ ପହଞ୍ଚିଥିଲେ ସଭାସ୍ଥଳରେ। ମୁଣ୍ଡରେ ଦଳୀୟ ଟୋପି ଓ ମୁହଁରେ ମୋଦିଙ୍କ ମୁଖା।

ଖୋର୍ଦ୍ଧା କାର୍ଯ୍ୟକ୍ରମ ପରେ ଓଡ଼ିଶାରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଓଡିଶା ଗସ୍ତର ପ୍ରଭାବ ଦଳୀୟ କର୍ମୀ ଓ ନେତାଙ୍କୁ ନୂଆ ଉତ୍ସାହ ପ୍ରଦାନ କରିଛି। ଆସନ୍ତା ଜାନୁଆରିରେ ମଧ୍ୟ ପ୍ରଧାନମନ୍ତ୍ରୀ ଓଡିିଶା ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.