କାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି, ଯୋଗ ଦେବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇପାରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ ବିଧାୟକ। ଦଳର ନେତା ଭାବେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉପସ୍ଥିତ ରହିବେ। ଏହି କାରଣରୁ ନବୀନ କାଲି ଦିଲ୍ଲୀ ଗସ୍ତ କରିବେ ନାହିଁ। ସେପଟେ ନବନିର୍ବାଚିତ ବାଚସ୍ପତିଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ। କାମଚଳା ବାଚସ୍ପତି ଭାବେ ଅମର ଶତପଥୀଙ୍କୁ ରାଜଭବନରେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ।