Below header

ପୁଣି ଶେଷ ମୁହୂର୍ତ୍ତରେ ୟୁଟର୍ଣ୍ଣ ନେଲେ ମମତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ସମାରୋହରେ ଦେବେ ନାହିଁ ଯୋଗ

ଶେଷ ମୁହୂର୍ତ୍ତରେ ମମତା ଦିଦିଙ୍କ ୟୁ ଟର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ସେ ଶପଥ ସମାରୋହରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ। ପଶ୍ଚିମବଙ୍ଗରେ ନିର୍ବାଚନ ହିଂସାରେ ପ୍ରାଣ ହରାଇଥିବା ୫୪ଜଣଙ୍କ ପରିବାର ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ବିଜେପି ନିଷ୍ପତ୍ତି ନେଇଛି। ଏହା ସହ ହତ୍ୟାକାଣ୍ଡକୁ ରାଜନୈତିକ ହତ୍ୟା ବୋଲି କହିଛି ବିଜେପି। ଏହାକୁ ବିରୋଧ କରିଛନ୍ତି ମମତା ଦିଦି।

ମୋଦିଙ୍କୁ ପତ୍ର ଲେଖି ଅଭିଯୋଗକୁ ମିଛ ବୋଲି ସେ କହିଛନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତିମାନେ ରାଜନୈତିକ କାରଣରୁ ନୁହେଁ, ବରଂ ପାରିବାରିକ ସମସ୍ୟା ଓ ବ୍ୟକ୍ତିଗତ ଶତ୍ରୁତାର ଶିକାର ବୋଲି ମମତା ଉଲ୍ଲେଖ କରିଛନ୍ତି। ଏମାନଙ୍କର ରାଜନୀତି ସହ କୌଣସି ସଂପର୍କ ଥିବା ରେକର୍ଡ ମଧ୍ୟ ନାହିଁ। ଶପଥ ସମାରୋହ ଗଣତନ୍ତ୍ରର ପାଳନ ପାଇଁ, କୌଣସି ରାଜନୈତିକ ଦଳକୁ ଆକ୍ଷେପ କରି ଦେଖାଇବା ପାଇଁ ନୁହେଁ ବୋଲି କହିଛନ୍ତି ମମତା। ଏହି କାରଣରୁ ସେ ଶପଥ ଉତ୍ସବରେ ଯୋଗ ଦେଉନଥିବା ସ୍ପଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.