ପାଟକୁରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ମାଗିଲେ ଭୋଟ

ପାଟକୁରା(କେନ୍ୟୁଜ୍):  ପ୍ରଚାର ମୈଦାନରେ ପୁଣି ବିଜେଡି ସୁପ୍ରିମୋ। ପାଟକୁରାରେ ନବୀନଙ୍କ ହାଇଟେକ୍‌ ରୋଡ୍‌ ସୋ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ଭୋଟ୍‌ ମାଗିଛନ୍ତି। ଗତ ସାଧାରଣ ନିର୍ବାଚନ ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଲା ନବୀନଙ୍କ କରିସ୍ମା। ପ୍ରଚାରରେ ଶେଷ ଦୁଇ ଦିନ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ପାଇଁ ବିଶାଳ ରୋଡ ସୋ କରିଥିଲେ। ଫଳାଫଳ ଆସିଥିଲା ବିଜେଡି ଖାତାକୁ। ଦେଢ଼ ଲକ୍ଷରୁ ଅଧିକ ଭୋଟରେ ବାଜି ମାରିଥିଲେ ଅନୁଭବ। ୬ଟି ବିଧାନସଭା ଆସନ ବି ବିଜେଡି ଖାତାକୁ ଆସିଥିଲା। ଏବେ ପାଟକୁରାରେ ବିଜେଡିର ବିଜୟ ବାନା ଉଡ଼ାଇବାକୁ କ୍ୟାମ୍ପେନ ମୈଦାନକୁ ଓହ୍ଲାଇଛନ୍ତି ନବୀନ। ନିଜ ଷ୍ଟାଇଲରେ ସାବିତ୍ରୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ସମର୍ଥନ ମାଗିବା ସହ ନବୀନ କହିଛନ୍ତି, ପାଟକୁରା ଦାୟିତ୍ୱ ତାଙ୍କର। ସାବିତ୍ରୀଙ୍କୁ ବିପୁଳ ବ୍ୟବଧାନରେ ବିଜୟୀ କରାଇବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି ନବୀନ ।

ଆହୁରି ପଢନ୍ତୁ: ଏଟିଏମ୍‌ରେ ଟଙ୍କା ଭର୍ତ୍ତି ନାଁରେ ୧ କୋଟି ୭୨ଲକ୍ଷ ଟଙ୍କା ଆତ୍ମସାତ୍‌, ଗିରଫ ଭୟରେ ନିଜକୁ ଗୁଳି କଲେ କର୍ମଚାରୀ

ନବୀନଙ୍କ ପ୍ରଚାର ଗାଡ଼ି ଗଡୁଥିବା ରାସ୍ତାରେ ସୃଷ୍ଟି ହେଉଥିଲା ଜନ ସମୁଦ୍ର। ନିଜ ପ୍ରିୟ ନେତାଙ୍କ ଝଲକ ଟିକେ ପାଇବାକୁ ରୁଣ୍ଡ ହେଉଥିଲେ ହଜାର ହଜାର ଲୋକ। ସେହିପରି ପାଟକୁରାରେ ବିଜେଡିର ବହୁ ହେଭିେଓ୍ଵଟ ବିଧାୟକ ଓ ନେତା ବି ମାରାଥନ୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି।ନିର୍ବାଚନ ମୈଦାନରେ ବିଜେଡିକୁ ଚେକମେଟ୍‌ ଦେବା ପାଇଁ ବିଜେପି ଓ କଂଗ୍ରେସ କୌଣସି ମୌକା ଛାଡୁ ନାହାନ୍ତି। ଷ୍ଟାର ପ୍ରଚାରକଙ୍କ ସହ ସଭା, ଶୋଭାଯାତ୍ରା ଓ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ ଚଳାଇଛନ୍ତି। ଜୁଟାଉଛନ୍ତି ଭୋଟରଙ୍କ ସମର୍ଥନ।୨୦୦୪ରୁ ଲଗାତାର ପାଟକୁରା ବିଡେଜି କବଜାରେ ରହି ଆସିଛି। ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ବିଜେଡି। ବିଜେପି ଓ କଂଗ୍ରେସ ବି ମିଶନ ପାଟକୁରାରେ ଦମ୍‌ ଲଗେଇ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.