ନବୀନ ପଟ୍ଟନାୟକ ବିଧାୟକ ଦଳ ନେତା ନିର୍ବାଚିତ, ୨୯ରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ

ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳୀୟ କାର‌୍ୟ୍ୟାଳୟରେ ବସିଥିବା ବିଧାୟକ ଦଳ ବୈଠକରେ ନବୀନଙ୍କ ନାଁକୁ ସମର୍ଥନ କରାଯାଇଛି। ବିଧାୟକ ବିକ୍ରମ ଆରୁଖ ନବୀନଙ୍କ ନାଁକୁ ପ୍ରସ୍ତାବ ରଖିବା ପରେ ଏହାକୁ ସମସ୍ତ ମହିଳା ବିଧାୟିକା ସମର୍ଥନ କରିଥିଲେ। ପରେ ସର୍ବସମ୍ମତରେ ବିଧାୟକ ଦଳ ନାଁରେ ମୋହର ବାଜିଛି। ପରେ ନୂଆ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଅବଗତ କରାଇବ ବିଜେଡି । କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ। ପୁଣିଥରେ ରାଜ୍ୟବାସୀ ନବୀନଙ୍କ ଉପରେ ଭରସା କରିଛନ୍ତି । ଚଳିତ ବିଧାନସଭାରେ ବିଜେଡି ୧୧୨ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨୩ଟି, କଂଗ୍ରେସ ୯ଟି ଓ ଅନ୍ୟାନ୍ୟ ଦୁଇଟି ଆସନରେ ବିଜୟୀ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.