Below header

ରାୟଗଡ଼ାରେ ନକ୍ସଲଙ୍କ ଉନ୍ମତକାଣ୍ଡ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାକୁ ବିରୋଧ କରି ଗାଡ଼ି ପୋଡ଼ିଲେ ମାଓବାଦୀ

ରାୟଗଡ଼ା: ରାୟଗଡ଼ାରେ ନକ୍ସଲଙ୍କ ଉନ୍ମତକାଣ୍ଡ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାକୁ ବିରୋଧ କରି ଗାଡ଼ି ପୋଡ଼ିଲେ ମାଓବାଦୀ । ୨ଟି ଜେସିବି ସହ ଗୋଟିଏ ରୋଲରକୁ ପୋଡ଼ିଛନ୍ତି ମାଓବାଦୀ । ମୁନିଗୁଡ଼ା ବ୍ଳକ୍‌ର ଜଗଦଲପୁର- ଟିକରପଡ଼ା- ଥୁଆପାଡ଼ି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାକୁ ମାଓବାଦୀ ବିରୋଧ କରିଛନ୍ତି । ରାମନାଗୁଡାର କରୁଣାକର ଏହି ଠିକା କାମ କରୁଥିଲେ । ଏନେଇ ନକ୍ସଲମାନେ ଏକ ପ୍ରେସ ଇସ୍ତାହାର ଛାଡିଛନ୍ତି । ସେଥିରେ କନ୍ଧମାଳ ଜିଲ୍ଲା କୋଟଗଡ ବିଜେଡି ସଭାପତି ମନୋଜ ସାବତଙ୍କୁ ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.