Below header

ଅଳ୍ପକେ ବର୍ତ୍ତିଲେ ସପନା ଚୌଧୂରୀ, ଦୁର୍ଘଟଣା ଗ୍ରସ୍ତ କାରକୁ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନିଜ ଡ୍ୟାନ୍ସରେ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଲୋକପ୍ରିୟତା ହାସଲ କରିଥିବା ସିଙ୍ଗର ସପନା ଚୌଧୂରୀଙ୍କ କାର୍‌ର ଅକସ୍ମାକ୍‌ ଆକ୍ସିଡେଣ୍ଟ ହୋଇଛି। ଘଟଣା ସ୍ଥଳରେ ସପନା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥବା ବେଳେଦୁର୍ଘଟଣା ଖୁବ୍‌ ଜୋର୍‌ରେ ହୋଇଥିବା ଘଟଣା ତାଙ୍କ କାରକୁ ଦେଖି ଅନୁମାନ କରାଯାଉଛି।

sapna carସଫା ଧଳା ରଙ୍ଗର ଫର୍ଚୁନର କାର୍‌ର ଫ୍ରଣ୍ଟ ସାଇଡ୍‌ର ବାମ ପଟ ହେଡଲାଇଟ୍‌ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ରିପୋର୍ଟ ଅନୁଯାୟୀ ଦୁର୍ଘଟଣାଟି ଗୁରୁଗ୍ରାମରେ ଘଟିଯାଇଛି। ଗୁରୁଗ୍ରାମର ହୀରୋ ହୋଣ୍ଡା ଛକ ନିକଟରେ ସପନାଙ୍କ କାର୍‌କୁ ପଛ ପଟୁ ଅନ୍ୟ ଏକ କାର୍‌ ଧକ୍କା ଦେଇଥିଲା। ଉକ୍ତ ଘଟଣାରେ ସପନା କୌଣସି ମାମାଲା ରୁଜୁ କରିନାହାନ୍ତି। ସୂଚନା ମୁତାବକ ସପନା ସପିଙ୍ଗ ସାରି ସୋହନା ରୋଡରୁ ଫେରୁଥିବା ସମୟରେ ତାଙ୍କ କାର୍‌କୁ ଅନ୍ୟ ଏକ କାର୍‌ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାଟି ଗତ ଗୁରୁବାର ଦିନ ବିଳମ୍ବିତ ରାତିରେ ଘଟିଯାଇଛି।
ଗାଡିର ପଛପଟ କ୍ଷତିଗ୍ରସ୍ତ ହେବା ସହ ବେକ୍ର ହ୍ୟାଣ୍ଡେଲ ମଧ୍ୟ କ୍ଷତି ହୋଇଯାଇଛି। ବାଦଶାହପୁର ଥାନା ଅଧିକାରୀ ନିରୀକ୍ଷକ ମୁକେଶଙ୍କ କହିବାନୁଯାୟୀ ଆମ ପାଖରେ କୌଣସି ମାମଲା ରୁଜୁ କରାଯାଇନାହିଁ।

car-ରିପୋର୍ଟ ଅନୁଯାୟୀ ସପନାଙ୍କ କାରର ନମ୍ବର ପ୍ଲେଟ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ ଡ୍ରାଇଭରର ପଛପଟ ସିଟ୍‌ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.