Below header

ଆଜି କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ, ଦେଶର ସମସ୍ତ ରାଜ୍ୟ ରାଧାନୀରେ ଆୟୋଜନ ହୋଇଛି ସମ୍ବିଧାନ ବଞ୍ଚାଅ-ଭାରତ ବଞ୍ଚାଅ ରାଲି

ନୂଆଦିଲ୍ଲୀ: ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ । ଦଳ ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ କରିବ । ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପାର୍ଟି ମୁଖ୍ୟାଳୟରେ ଦଳର ପତାକା ଉତ୍ତୋଳନ କରିବେ । ଏହି ଅବସରରେ ଦଳ ସଂଶୋଧିତ ନାଗରିକତା ଆଇନ ବିରୋଧରେ ଦେଶର ସମସ୍ତ ରାଜ୍ୟ ରାଧାନୀରେ ସମ୍ବିଧାନ ବଞ୍ଚାଅ-ଭାରତ ବଞ୍ଚାଅ ରାଲି ଆୟୋଜନ କରିବ । ଦିଲ୍ଲୀରେ ଭାରତ ବଞ୍ଚାଅ ରାଲିର ଆୟୋଜନ ପରେ ଦେଶର ବିଭିନ୍ନ ରାଜ୍ୟରେ ଦଳ ଏହି ରାଲି କରିବାକୁ ଯାଉଛି । ସେପଟେ ପ୍ରତିଷ୍ଠା ଦିବସ ଅବସରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୋରେ ରହିବେ । ପ୍ରତିଷ୍ଠା ଦିବସ ପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.