Below header

ଭୁବନେଶ୍ୱରରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଲୋକନୃତ୍ୟ ଓ ଲୋକବାଦ୍ୟରେ କମ୍ପିଲା ବିମାନବନ୍ଦର ପରିସର

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶାରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟରେ କମ୍ପିଥିଲା ବିମାନବନ୍ଦର ପରିସର। ଏହାପରେ ରଙ୍ଗାରଙ୍ଗ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନକୁ ନିଆଯାଇଛି।

ଏହାପରେ ବିଧାନସଭାରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଜେଡି ବିଧାୟକ ଓ ସାଂସଦଙ୍କୁ ମଧ୍ୟ ବିଧାନସଭାରେ ଭେଟିବେ। ସେହିପରି ରାଜ୍ୟ ଅତିଥି ଭବନରେ ବିଜେପି ବିଧାୟକ, ସାଂସଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ କରି ଜଣେ ଓଡ଼ିଆ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ପଦରେ ବସିବାକୁ ଯାଉଛନ୍ତି। ତେଣୁ ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଦ୍ରୋପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ଯୋଗାଡ଼ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି। ଏନଡିଏ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ।

ପ୍ରଥମ ଅଣ ଏନଡିଏ ଦଳ ଭାବେ ନବୀନ ମାଟିର ଝିଅଙ୍କୁ ସମର୍ଥନ ଦେଇଥିଲେ। ଓଡ଼ିଶାର ସମସ୍ତ ବିଧାୟକଙ୍କୁ ସମର୍ଥନ ଦେବା ପାଇଁ କରିଥିଲେ ଅପିଲ୍‌। ଦ୍ରୌପଦୀଙ୍କ ବିଜୟ ପଥ ପରିସ୍କାର। ଏନଡିଏ ବ୍ୟତୀତ ଅନେକ ଦଳତାଙ୍କୁ ସମର୍ଥନ ଦେଲେଣି। କିନ୍ତୁ ଓଡ଼ିଶାର ସମସ୍ତ ଭୋଟ୍‌ କିଭଳି ତାଙ୍କ ସପକ୍ଷରେ ଯିବ ସେଥିପାଇଁ ବିଜେଡି ସୁପ୍ରିମୋ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.