ଅଖ୍ଯାତ ପଲ୍ଲୀରୁ ବାହାରିଲେ ପ୍ରଖ୍ୟାତ ଖେଳାଳି:  ବିଶ୍ବ କପ୍‌ ହକି ଇଣ୍ଡିଆ ଟିମର ଡିଫେଣ୍ଡର ଭାବେ ଭଲ ପଦର୍ଶନ କରିଛନ୍ତି ନିଲମ ସଂଜୀପ ଖେସ

ରାଉରକେଲା(କେନ୍ୟୁଜ୍): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ କାଦୋବାହାଲ ଗାଁ ଭଳି ଅଖ୍ଯାତ ପଲ୍ଲୀରୁ ବାହାରି ଆଜି ଭାରତୀୟ ହକି ଦଳରେ ଚର୍ଚ୍ଚିତ ଡିଫେଣ୍ଡର ନିଲମ ସଂଜୀପ ଖେସ। କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ’ , ପ୍ରତିଭା  ଯେଉଁଠି ଥିଲେ ବି କେବେ ହେଲେ ଲୁଚି ରହେ ନାହିଁ। ଏହା ପ୍ରମାଣିତ କରିଛନ୍ତି ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ବ୍ଳକ କାଦୋବାହାଲ ଗ୍ରାମର ଏହି ହକିତାରକା ନିଲମ ସଂଜୀପ ଖେସ । ବାଉଁଶ ବାଡ଼ି ଓ କେନ୍ଦୁ କାଠରେ ଗାଁ ର ଖାଲ ଢିପ ପଡ଼ିଆରେ ସାଙ୍ଗମାନଙ୍କ ସହ ଖେଳୁଖେଳୁ ଆଜି ଭାରତୀୟ ହକି ଟିମ୍‌ ରେ ଜଣାଶୁଣା ନାଁ ନୀଲମ ସଞ୍ଜୀବ ଖେସ ।  ଆମ ସାଙ୍ଗ ମାନଙ୍କ ଭିତରେ ବହୁତ ଆଗୁଆ ଥିଲା ଭଲ ଖେଳୁଥିଲା ନୀଲମ ତେଣୁ ସେସମୟରୁ ଜାଣିଥିଲୁ ସେ ବହୁତ ଆଗକୁ ଯିବ।

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ର ଏକ ନିପଟ ମଫସଲ ଗାଁରେ ଏକ ଚାଷୀ ପରିବାରରେ ନୀଲମ ସଞ୍ଜୀବ ଖେସଙ୍କ ଜନ୍ମ। ବାପା ବିପିନ ଖେସ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ମା ଜିରା ଖେସ ଜଣେ ସଫଳ ଗୃହିଣୀ ଭାବେ ରନ୍ଧାବଢ଼ା କରି ସ୍ୱାମୀଙ୍କ ସହ ଚାଷବାସ ରେ ମଧ୍ୟ ସାହାଯ୍ଯ କରିଥାନ୍ତି। ଗାଆଁ ପଡ଼ିଆରେ ବାଉଁଶ ବାଡ଼ିରେ ଖେଳୁ ଖେଳୁ ପ୍ରଥମେ ସ୍କୁଲରେ ଓ ପରେ ପରେ ସରକାରଙ୍କ ଜିଲ୍ଲା କ୍ରୀଡା ବିଭାଗ ଦ୍ବାରା ମନୋନୀତ ହୋଇ ହଷ୍ଟେଲରେ ରହୁଥିବା ପୁଅ ନୀଲମ ସଞ୍ଜୀବ ଖେସ ଇଣ୍ଡିଆ ଟିମରେ ସ୍ଥାନ ପାଇଥିବା ଯୋଗୁଁ ବେଶ୍‌ ଖୁସି ଅଛନ୍ତି। ମୋ ପୁଅ ପାଇଁ କେବଳ ଆମେ ନୁହେଁ ଆମ ଅଞ୍ଚଳ ମଧ୍ୟ ଗର୍ବ ଅନୁଭବ କରୁଛନ୍ତି। ଇଣ୍ଡିଆ ଟିମକୁ ନିଶ୍ଚିତ ଜିତାଇବ ବୋଲି ନୀଲମଙ୍କ ମା କହିଛନ୍ତି।

  ସ୍କୁଲରୁ ଫେରି ଦୁଇ ଭାଇ ଗାଆଁ ମୁଣ୍ଡରେ ଥିବା ପଡ଼ିଆକୁ ଘରୁ ବାଉଁଶ ବାଡ଼ି ଓ ବଲ ଧରି ଖେଳିବାକୁ ଦୁଇ ଭାଇ ବାହାରି ଯାଉଥିବା ବେଳେ ଆଜି ନିଲମ ସଞ୍ଚିବ ଇଣ୍ଡିଆ ହକି ଟିମରେ ବିଶ୍‌ କପ୍‌ ଖେଳିବ। ନୀଲମ ସଞ୍ଜୀବ ପାଇଁ କେବଳ ଆମ ଗାଁ ନୁହେଁ ଆମ ଅଞ୍ଚଳ ଗର୍ବିତ ବୋଲି କୁହନ୍ତି ତାଙ୍କ ର ମାମୁଁ ଶୁକୃ ଖେସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.