ପୁରୀ: ଘରେ ପଶି ମହିଳାଙ୍କୁ ମାଡ ମାରିଲେ ପଡୋଶୀ, ଥାନାରେ ଦୁଇ ଅଟକ

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲା ଡ଼େଲାଙ୍ଗ ଥାନା ହରିରାଜପୁର ଗ୍ରାମର ମହିଳାଙ୍କୁ ମାଡ ମାରିଲେ ପଡୋଶୀ। ଗ୍ରାମର କବିତା ପ୍ରଧାନଙ୍କ ସ୍ୱାମୀ କାଳନ୍ଦୀ ପ୍ରଧାନ ଏବଂ ତାଙ୍କ ପୁଅ ଏବଂ ଝିଅଙ୍କ ଉପରେ ଆଜି ସକାଳେ ପଡ଼ିଶା ଘରର କିଛି ମହିଳା ଏବଂ ପୁରୁଷ ଲୋକ ମିଳିତ ହୋଇ କବିତାଙ୍କ ଉପରେ ଲହାଛଡ଼, ପାଇପ, ସାବଳ ଏବଂ କଟୁରୀ ଧରି ଆକ୍ରମଣ କରିଥିଲେ ।

କବିତାଙ୍କୁ ମାଡ଼ ମାରୁଥିବା ସମୟରେ ତାଙ୍କ ଝିଅ ସବୁ ଘଟଣାକୁ  ମୋବାଇଲ ମାଧ୍ୟମରେ ଭିଡ଼ି ରେକର୍ଡ଼ିଂ କରିଥିଲେ । ଏହି ସମୟରେ ଯୁବକମାନେ ତାଙ୍କ ହାତରୁ ମୋବାଇଲ ଛଡ଼ାଇ ନେଇ ତାଙ୍କୁ ମଧ୍ୟ ମାରଧର କରିଥିଲେ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଭାଲୁ ପାତ୍ର ଏବଂ ରତୁ ପାତ୍ର ନାମକ ଦୁଇଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.