ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ: କଟକର ଜାନକୀନାଥ ଭବନ ଚଳଚଞ୍ଚଳ

କଟକ(କେନ୍ୟୁଜ୍):  ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସ୍ୱାଧିନତା ସଂଗ୍ରାମର ପୃଷ୍ଠା ଖେଳାଇଲେ ଯାହାଙ୍କର ନାଁ ଏବେ ବି ପଢୁଛି ସାରା ବିଶ୍ୱ। ଯାହାଙ୍କ ପାଇଁ କଟକ ସହରକୁ ଚିହ୍ନେ ସାରା ପୃଥିବୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଜେଇ ହୋଇଛି ଓଡିଆ ବଜାରଠାରେ ଥିବା ଜାନକୀନାଥ ଭବନ। ଯାହାକି ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ନାଁରେ ଏବେ ପରିଚିତ। ଭଳିକି ଭଳି ରଙ୍ଗୀନ ଫୁଲରେ ହସୁଛି ବଗିଚା। ବିଗତ ବର୍ଷ ଗୁଡ଼ିକ ଭିତରେ ଅନେକ କିଛି ଉନ୍ନତି ମୂଳକ କାମ ନେତାଜୀ ସଂଗ୍ରହାଳୟରେ କରାଯାଇଛି। ହର୍ବାଲ ଗାର୍ଡେନ ସଂଗ୍ରହାଳୟ ବଗିଚାରେ ସ୍ଥାନ ପାଇଛି। ପାଠାଗାରରେ ୨୦୧୮ରୁ ଉପଲବ୍ଧ ହୋଇଛି ନେତାଜୀଙ୍କ ସଂପର୍କୀତ ଏକ ପୁରାତନ ପୁସ୍ତକ ଦି ସ୍ପ୍ରିଙ୍ଗିଙ୍ଗ୍‌ ଟାଇଗର।

୨୦୧୩ରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଲାଇଟ୍‌ ଆଣ୍ଡ ସାଉଣ୍ଡ ସିଷ୍ଟମ୍‌ କରାଯାଇଛି।ସୁରକ୍ଷା ଦୃଷ୍ଟି କୋଣରୁ ପୂରା ପରିସର ଭିତରେ ୪୬ଟି ସିସିଟିଭି କ୍ୟାମେରା ଲଗାଯାଇଛି। ବିଗତ କିଛି ବର୍ଷ ଧରି ପର୍ଯ୍ୟଟକଙ୍କ ସଂଖ୍ୟା କମ୍‌ ରହୁଛି। ସାଇଟ୍‌ ଓ ସାଉଣ୍ଡ ବ୍ୟବସ୍ଥା ନିରବ ହୋଇ ପଡିରହିଛି। ଆଜି ମଧ୍ୟ ଏହି ସ୍ଥାନର ପ୍ରଚାର ପ୍ରସାର ସଠିକ୍‌ ଢଙ୍ଗରେ ହୋଇପାରିନଥିବା ମତ ପ୍ରକାଶ ପାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.