ଲଞ୍ଚ ହେଲା Vivo Y21A ସ୍ମାର୍ଟଫୋନ, 5000 MAh ବ୍ୟାଟେରୀ ସହ ମିଳିବ ଆକର୍ଷଣୀୟ ଲୁକ୍‌

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Vivo ଏହାର ନୂଆ ସ୍ମାର୍ଟଫୋନ Vivo Y21A କୁ ଲଞ୍ଚ କରିଛି । ଗତ ସପ୍ତାହରେ କମ୍ପାନୀ Vivo Y21e ଲଞ୍ଚ କରିଥିଲା । ଭିଭୋ Y21A ର ଡିଜାଇନ୍ Vivo Y21e ଫୋନ୍ ସହିତ ବହୁତ ସମାନ କିନ୍ତୁ ଏଥିରେ ମିଡିଆଟେକ ହେଲିଓ P22 ପ୍ରୋସେସର ବ୍ୟବହାର କରାଯାଇଛି। ଏହି ସ୍ମାର୍ଟଫୋନକୁ ନେଇ ଅନେକ ସମୟ ଧରି ଚର୍ଚ୍ଚା ହେଉଥିଲା । ଏବେ ଏହା ଅଫିସିଆଲ ଭାବରେ ଲଞ୍ଚ କରାଯାଇଛି । Vivo Y21A କୁ ଭିଭୋ ୱାଇ ୨୦ ଏ ର ଅପଗ୍ରେଡ ଭର୍ଜନ ଭାବରେ ଲଞ୍ଚ କରାଯାଇଛି ।

ଏହି ସ୍ମାର୍ଟଫୋନ୍ ଭିଭୋ Y20A ର ପରବର୍ତ୍ତୀ ଭର୍ସନ ଭାବରେ ଲଞ୍ଚ କରାଯାଇଛି। ଭିଭୋ Y21A ର ପଛରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି। ଏହାର ପ୍ରାଇମେରୀ କ୍ୟାମେରା ହେଉଛି 13-ମେଗାପିକ୍ସେଲ । ଏହି ସ୍ମାର୍ଟଫୋନ୍ 5000mAh ବ୍ୟାଟେରୀ ସହିତ ଆସିଥାଏ ।

Vivo Y21Aର ଫିଚର

କମ୍ପାନୀର ୱେବସାଇଟରେ ଭିଭୋ Y21A ତାଲିକାଭୁକ୍ତ ହୋଇଛି। ଏହି ସ୍ମାର୍ଟଫୋନ୍ ଡାଇମଣ୍ଡ ଗ୍ଲୋ ଏବଂ ମିଡନାଇଟ୍ ବ୍ଲୁ ରଙ୍ଗ ବିକଳ୍ପରେ ଉପଲବ୍ଧ | ଫୋନରେ ୬.୫୨ ଇଞ୍ଚର ଏଚଡି+ ଏଲସିଡି ଡିସ୍ପେ୍ଲ ରହିଛି । ଯାହାର ରେଜୋଲ୍ୟୁସନ ୧୬୦୦x୭୨୦ ରହିଛି । ଫୋନକୁ କେବଳ ଗୋଟିଏ ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି ଯାହା ହେଉଛି ୪ ଜିବି+ ୬୪ ଜିବି । ଏହାର ଇଣ୍ଟରନାଲ ଷ୍ଟୋରେଜକୁ ମେମୋରୀ କାର୍ଡ ସାହାଯ୍ୟରେ ବଢ଼ାଯାଇପାରିବ । ଫୋନରେ ୧ ଜିବିର ଭର୍ଚୁଆଲ ରାମ୍ ମଧ୍ୟ ରହିଛି । ସେହିଭଳି ଫୋନରେ ଟ୍ରିପଲ କ୍ୟାମେରା ସେଟଅପ୍ ଦେଖିବାକୁ ମିଳିବ। ପ୍ରାଇମେରୀ କ୍ୟାମେରା ୧୩ ମେଗାପିକ୍ସଲର ଥିବାବେଳେ, ୨ ମେଗାପିକ୍ସଲର ମାକ୍ରୋ କ୍ୟାମେରା ରହିଛି । ସେଲ୍ଫୀ ଏବଂ ଭିଡିଓ କଲ୍ ପାଇଁ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି ।

ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ ୧୧ ଏବଂ ଦ୍ୱାରା ପରିଚାଳିତ । ୟୁଜର ଇଣ୍ଟରଫେସ୍ କହିଲେ ଏହାର ଫନଟଚ୍ ଓଏସ ୧୧.୧ ଦେଖିବାକୁ ମିଳିବ । ଏଥିରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର, ପ୍ରକ୍ସିମିଟି ସେନ୍ସର, କମ୍ପାସ ଏବଂ ଆମ୍ବିଏଣ୍ଟ ଲାଇଟ ସେନ୍ସର ଭଳି ସେନ୍ସର ରହିଛି । ଫୋନରେ ଡୁଆଲ ୪ଜି, ଡୁଆଲ ବ୍ୟାଣ୍ଡ ୱାଇଫାଇ, ବ୍ଲୁଟୁଥ୍ ୫.୦, ୟୁଏସବି ଟାଇପ୍ ସି ଏବଂ ଏକ ୩.୫ ଏମଏମ ଜ୍ୟାକ ରହିଛି । ଫୋନରେ ୫୦୦୦ ଏମଏଚର ବ୍ୟାଟେରୀ ଏବଂ ୧୮ ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ତେବେ ଏପର୍ଯ୍ୟନ୍ତ ଏହାର ଦାମ ଜଣା ପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.