ସୋର ରାସ୍ତାକଡ ନାଳରୁ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର

ବାଲେଶ୍ବର : ପୁଣି ଅଲୋଡା ଶିଶୁ କନ୍ୟା ରାସ୍ତାକଡ ନାଳରୁ ଜୀବନ୍ତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଉଦ୍ଧାର ପରେ ଶିଶୁଟିକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୋର ଅଞ୍ଚଳରେ। ରାତ୍ରିରେ ସୋର ପୁରୁଣା ସିନେମାହଲ ପାଖ ଆଇସ ଫେକ୍ଟ୍ରି ଦେଇ ପୀର ମହଲାର ଭିଆକତ ଅଲ୍ଲୀ ଆସୁଥିବା ବେଳେ ଛୋଟପିଲାଟି କାନ୍ଦୁଥିବାର ଶୁଣିଥିଲେ। ଏହାପରେ ଭିଆକତ ଶିଶୁଟିକୁ ନାଳରୁ ଉଦ୍ଦାର କରିଥିଲେ। ସଦ୍ୟଜାତ ସନ୍ତାନ ହୋଇଥିବା ବେଳେ ତାର ନାଭି ଥିବାର ଦେଖିବାକୁ ମିଳିଛି। ଘଟଣାଟି ସମ୍ପ୍ରୁକ୍ତ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି। ଶିଶୁକନ୍ୟାଟି ସୁସ୍ଥ ଥିବା ବେଳେ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

Leave A Reply

Your email address will not be published.