ସହି ପାରିଲେନି ରୋଗ ଯନ୍ତ୍ରଣା, ଆମ୍ବ ଗଛରେ ଝୁଲି ପଡିଲେ ଅଜୟ !

ବାଲେଶ୍ବର : ଆମ୍ବଗଛରୁ ଝୁଲନ୍ତା ମ୍ରୁତଦେହ ଉଦ୍ଧାର। ସିମୁଳିଆ ଥାନା ରପେୟା ଗ୍ରାମରେ ପୋଖରୀ ହୁଡାରେ ଥିବା ଆମ୍ବଗଛରୁ ଝୁଲନ୍ତା ମ୍ରୁତଦେହ ଉଦ୍ଧାର କରାଯାଇଛି। ରପେୟା ଗ୍ରାମର ଅଜୟ ପାଣିଗ୍ରାହୀ ଗତକାଲି ବିଳମ୍ବିତ ରାତ୍ରିରେ ନିଖୋଜ ହୋଇଯାଇଥିଲେ,ପରିବାର ଲୋକେ ବହୁଖୋଜା ଖୋଜି କରି ପାଇନଥିଲେ। ଆଜି ଭୋର ସମୟରେ ପୋଖରୀ ହୁଡା ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକ ଦେଖି ଉଦ୍ଧାର କରିଥିଲେ । ମ୍ରୁତ ଅଜୟ କିଛି ଦିନ ଧରି ଅସୁସ୍ଥ ଥିବାର ଜଣାପଡିଛି। ଅଜୟଙ୍କ ମ୍ରୁତ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.