ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌: ଆସନ୍ତାକାଲିଠୁ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା ଜାରି

ଭୁବନେଶ୍ବର(କେନ୍ଯୁଜ୍): ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ଡିସେମ୍ବର ୨୫ତାରିଖରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ଜିରୋ ନାଇଟ ଓ ନୂଆବର୍ଷ ସ୍ୱାଗତ ଆଦି ଉତ୍ସବ ପାଳନକୁ ରାଜ୍ୟବ୍ୟାପୀ ସଂପୂର୍ଣ୍ଣ ବାରଣ କରାଯାଇଛି। ହୋଟେଲ, କ୍ଲବ, ରେଷ୍ଚୁରାଣ୍ଟ, ପାର୍କ, କନ୍‌ଭେନ୍‌ସନ ହଲ, କଲ୍ୟାଣ ମଣ୍ଡପକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

ଖ୍ରୀଷ୍ଟମାସ ପାଇଁ ଚର୍ଚ୍ଚରେ କେବଳ ୫୦ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଛି। ତେବେ ସେଠାରେ ଜିଲ୍ଲାପାଳ କିମ୍ବା ମୁନିସିପାଲ କମିସନର ଜାରି କରିଥିବା କୋଭିଡ ଗାଇଡଲାଇନର ସଂପୂର୍ଣ୍ଣ ପାଳନ କରାଯାଇ ଯୋଗଦେବେ। ବିବାହ ବ୍ୟତୀତ ଅନ୍ୟ ସମସ୍ତ ଉତ୍ସବକୁ କଟକଣା ଜାରି କରାଯାଇଛି। କୌଣସି ଉତ୍ସବ ପାଳନରେ ଭିଡ଼ ଓ ଏକତ୍ରିତ ହେବା ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖାଯିବ।

କୌଣସି ପ୍ରକାର ଗହଳି, ରାଲି, ଅକ୍ରେଷ୍ଟ୍ରା, ନୃତ୍ୟ ଏବଂ ଅନ୍ୟ ସାଂସ୍କତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରାଯିବ ନାହିଁ। ଜିଲ୍ଲାପାଳ, ମୁନିସିପାଲିଟି କମିସନର ଓ କଟକ-ଭୁବନେଶ୍ୱରରେ ପୋଲିସ କମିସନର ଗାଇଡଲାଇନ କଡ଼ାକଡ଼ି ପାଳନ ନେଇ ପଦକ୍ଷେପ ନେବେ। ଆବଶ୍ୟକସ୍ଥଳେ ସେମାନେ ଅଧିକ କଟକଣା ମଧ୍ୟ ଲାଗୁ କରିପାରିବେ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.