Below header

ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣକୁ ନେଇ ଟ୍ଵିଟ ୱାର: ଧର୍ମେନ୍ଦ୍ର ଓ ପ୍ରଣବ ମୁହାଁମୁହିଁ

ଭୁବନେଶ୍ବର(କେନ୍ଯୁଜ୍): ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣକୁ ନେଇ ଟ୍ଵିଟ ୱାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଟ୍ଵିଟ ଯୁଦ୍ଧ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ଵିଟ୍‌ ଉପରେ ଜବାବ ରଖିଛନ୍ତି ପ୍ରଣବ ପ୍ରକାଶ ଦାସ । ଟ୍ଵିଟ୍‌ରେ ପ୍ରଣବ ଲେଖିଛନ୍ତି ଯେ, ଆପଣ ଜଣେ କେନ୍ଦ୍ରମନ୍ତ୍ରୀ । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି । ମଧ୍ୟପ୍ରଦେଶରେ କେତେବର୍ଷ ଧରି ଆପଣଙ୍କ ଦଳ କ୍ଷମତାରେ ରହିଆସିଛି । ତେବେ ମଧ୍ୟପ୍ରଦେଶରେ ଓବିସିଙ୍କୁ ସଂରକ୍ଷଣ ଦେବାରେ କାହିଁକି ଫେଲ୍‌ ମାରିଲେ ? ବିଜେଡି ପଞ୍ଚାୟତ ନିର୍ବାଚନରେ ୪୦ ପ୍ରତିଶତ ଓବିସିଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହା ୫୦ ପ୍ରତିଶତ ଯାଏ ବୃଦ୍ଧି ପାଇପାରେ ।

ବିଜେଡି ଟିକେଟ ଦେଇଥିବା ଓବିସି ପ୍ରାର୍ଥୀଙ୍କ ତାଲିକା ମଧ୍ୟ ସର୍ବସାଧାରଣରେ ଜାରି କରିବ । ବିଜେପି ମଧ୍ୟ ସମାନ ଭାବେ ତାଲିକା ଜାରି କରୁ ବୋଲି ସେ ଅପିଲ କରିଛନ୍ତି । ତେବେ ଏହାକୁ ନେଇ ରାଜନୀତି ନକରି ନିର୍ବାଚନରେ ଓବିସିଙ୍କ ସଂରକ୍ଷଣ ପ୍ରସଙ୍ଗରେ ଏକାଠି ହୋଇ ଲଢ଼େଇ କରିବାକୁ ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ କରି କହିଥିଲେ, ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେ ହେଉଛି । ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାରଙ୍କ ଆବେଦନ ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ପଡ଼ି ରହିବା ପରେ ଏ ବିଷୟରେ ଚିନ୍ତା ନ କରିବା ଦୁଃଖଦାୟକ ଓ ଚିନ୍ତାଜନକ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.