Below header

ଓଡ଼ିଶା ଦେଇ ଯିବ ନୂଆ NH, ରାୟପୁର ଓ ବିଶାଖାପାଟଣା ମଧ୍ୟରେ ହେବ ନୂଆ ଜାତୀୟ ରାଜପଥ

କେନ୍ୟୁଜ୍(ବ୍ୟୁରୋ):ରାୟପୁର ଓ ବିଶାଖାପାଟଣା ମଧ୍ୟରେ ହେବ ନୂଆ ଜାତୀୟ ରାଜପଥ । ଓଡ଼ିଶା ମଧ୍ୟ ଦେଇ ୨୪୦ କିଲୋମିଟର ରାସ୍ତା ୬ ଲେନ୍‌ ବିଶିଷ୍ଟ ହେବ । ଓଡ଼ିଶାର କୋରାପୁଟ ଓ ନବରଙ୍ଗପୁର ଦେଇ ଜାତୀୟ ରାଜପଥ ଯିବ । ଏହି ସୂଚନା ଦେଇଛନ୍ତି ଏନଏଚଆଇଏ ଚିଫ୍‌ ଜେନେରାଲ ମ୍ୟାନେଜର ରାମପ୍ରସାଦ ପଣ୍ଡା । ଆଜି ହାଇ ଲେଭଲ କମିଟି ବୈଠକରେ ଏହି ଜାତୀୟ ରାଜପଥ ନେଇ ଆଲୋଚନା ହୋଇଛି । ରାଜ୍ୟ ସରକାର ସମସ୍ତ ସୁବିଧା ଯୋଗାଇଦେଉଥିବା କହିଛନ୍ତି ଏନଏଚ କର୍ତ୍ତୃପକ୍ଷ । ସେହିଭଳି ପାଣିକୋଇଲି-ରିମୁଳି ଜାତୀୟ ରାଜପଥର ୯୫ ପ୍ରତିଶତ କାମ ସରିଛି । ୧୬୬ କିଲୋମିଟର ମଧ୍ୟରୁ ୧୫୨ କିଲୋମିଟର ରାସ୍ତାକୁ ୪ ଥାକିଆ କରାଯାଇଛି । ଅନ୍ୟ ଜାତୀୟ ରାଜପଥ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.