ଓକିଲଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ନ୍ୟାୟ ପାଇଁ ମରଶରୀର ଧରି କୋର୍ଟରେ ପହଞ୍ଚିଲେ ସାଥୀ ଓକିଲ

ଲକ୍ଷ୍ନୌ: ଓତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି। ଗତକାଲି କୃଷ୍ଣ ନଗର ଅଞ୍ଚଳରେ ଶିଶିର ତ୍ରୀପାଠି ନାମକ ଜଣେ ୩୨ ବର୍ଷିୟ ଓକିଲଙ୍କୁ ଦୁର୍ବୃତ୍ତ ମାନେ ପିଟି ହତ୍ୟା କରିଦେଇଛନ୍ତି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଓକିଲକୁ ଗିରଫ କରିଛି ପୋଲିସ। ଏହା ପରେ ପୋଲିସ ଶିଶିରଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ  ପଠାଇ ଦେଇଛି। ପୋଲିସର କହିବା କଥା ହେଲା  ଅଭିଯୁକ୍ତ ମାନେ ଶିଶିରଙ୍କୁ ଠେଙ୍ଗା, ପଥର ଓ ଲୁହାଛଡରେ ପିଟିପିଟି ମାରିଦେଇଛନ୍ତି। ଏହି ଘଟଣାର ତଦନ୍ତ ପରେ ଜଣେ ଓକିଲଙ୍କୁ ଗିରଫ କରାଯାଇଛି ଓ ଅନ୍ୟ ଚାରି ଜଣ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି। ପ୍ରାଥମିକ ତଦନ୍ତରୁ  ଏହି ହତ୍ୟାକଣ୍ଡ  ଜମିଜମା ବ୍ୟବସାୟର ଜଡିତ ଥିବା ବିବାଦକୁ ନେଇ ହୋଇଛି ବୋଲି ପୋଲିସ କହିଛି।

Image result for uttar-pradesh/lucknow-lawyer-murdered-allegedly-over-business-dispute

ସେପଟେ କିନ୍ତୁ  ଏହି ଘଟଣାକୁ ନେଇ ସାଥୀ ଓକିଲମାନେ କୋର୍ଟ ପରିସରରେ ହଙ୍ଗାମା ସୃଷ୍ଟି କରିଦେଇଛନ୍ତି। ପୋଷ୍ଟମର୍ଟମ ପରେ ଶିଶିରଙ୍କ ମର ଶରୀରକୁ ଧରି ଓକିଲମାନେ ସିଧା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କ କୋର୍ଟ ପରିସରରେ ପହଞ୍ଚିଥିଲେ ଓ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ  କରିବା ପାଇଁ  ଦାବି କରିଥିଲେ। ପ୍ରଶାସନିକ ଅଧିକାରୀମାନେ ଅନେକ ସମୟ ବୁଝାସୁଝା କରିବା ପରେ ଓକିଲମାନେ ଆନ୍ଦୋଳନରୁ ଓହରି ଥିଲେ। ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜିଲ୍ଲା ପ୍ରଶାସନ ମୃତ ଶିଶିରଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଏହା ସହିତ ଲକ୍ଷ୍ନୌ ବାର ଆସୋସିଏସନ ଓ ସେଣ୍ଟ୍ରାଲ ବାର ଆସୋସିଏସନ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଏହି ମାମଲାକୁ ଗୁରୁତର ଭାବେ ନେଇନଥିବାରୁ  ଜଣେ ପୋଲିସ ଅଧିକାରୀଙ୍କୁ ନିଲମ୍ବିନ କରାଯାଇଛି। ପୋଲିସ ଅପରାଧୀମାନଙ୍କୁ ଧରିବା ପାଇଁ ଏପର୍ଯ୍ୟନ୍ତ ୪୫ ଜାଗାରେ ଚଢାଉ କରିସାରିଛି। କିନ୍ତୁ ଅପରାଧୀଙ୍କ କୌଣସି ଟେର ପାଇନାହିଁ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.