ବେଶ୍‌ କିଛି ଦିନର କଳ୍ପନା ଜଳ୍ପନାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ନୂଆ ମନ୍ତ୍ରୀଙ୍କ ନାମ ଘୋଷଣା

କିଏ ହେବେ ନୂଆ ମନ୍ତ୍ରୀ  ତାହା ସ୍ପଷ୍ଟ ହେଲା । ବେଶ୍‌ କିଛି ଦିନର କଳ୍ପନା ଜଳ୍ପନା ପରେ କିଛି ସମୟ ପୂର୍ବରୁ ନାମ ଘୋଷଣା ହୋଇଛି ତିନି ନୂଆ ମନ୍ତ୍ରୀଙ୍କର ।

ଭୁବନେଶ୍ୱର (କେନ୍ୟୁଜ୍‌) : ଶେଷରେ ସସପେନ୍ସ ହଟିଲା । କିଏ ହେବେ ନୂଆ ମନ୍ତ୍ରୀ  ତାହା ସ୍ପଷ୍ଟ ହେଲା । ବେଶ୍‌ କିଛି ଦିନର କଳ୍ପନା ଜଳ୍ପନା ପରେ କିଛି ସମୟ ପୂର୍ବରୁ ନାମ ଘୋଷଣା ହୋଇଛି ତିନି ନୂଆ ମନ୍ତ୍ରୀଙ୍କର । ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ, ବିଧାୟକ ଶାରଦା ନାୟକ ଏବଂ ସୁଦାମ ମାର୍ଣ୍ଡି ।
ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ବିକ୍ରମ ଆରୁଖ ଗତ ୧୨ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ୬ଥର ବିଧାୟକ ହୋଇଛନ୍ତି । ୧୯୯୫ ମସିହାରୁ ଲଗାତର ଭାବେ ନିର୍ବାଚନ ଜିତି ଆସୁଛନ୍ତି ।
ପୂର୍ବରୁ ସୁଦାମ ମାର୍ଣ୍ଡି କ୍ରୀଡ଼ା, ଜନଜାତି ଏବଂ ରାଜସ୍ୱ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେ ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି ।
ଶାରଦା ନାୟକ ୨୦୧୧-୧୨ରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ । ୨୦୦୪ରେ ପ୍ରଥମଥର ବିଧାୟକ ହୋଇଥିଲେ । ସେ ବର୍ତ୍ତମାନ ରାଉରକେଲା ବିଧାୟକ ଅଛନ୍ତି । ଆସନ୍ତାକାଲି ଏହି ତିନି ନୂଆ ମନ୍ତ୍ରୀ ରାଜଭବନରେ ଶପଥ ଗ୍ରହଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.