ଶ୍ରୀମନ୍ଦିରରେ ନୂଆ ପାଞ୍ଜି ପ୍ରଚଳନ, ଚଳିତବର୍ଷ ଅଣସର ନୀତି ୧୩ ଦିନ ଓ ପଞ୍ଚୁକ ୪ ଦିନ ପାଳନ

ଶ୍ରୀମନ୍ଦିରରେ ନୂଆ ପାଞ୍ଜି ପ୍ରଚଳନ କରାଯାଇଛି । ଓଡ଼ିଆ ନବ ବର୍ଷରୁ ଏହି ନୂତନ ପଞ୍ଜିକାର ପ୍ରଚଳନ କରାଯାଏ । ତେବେ ପ୍ରଚଳିତ ପାଞ୍ଜିରେ ପର୍ବପର୍ବାଣିର ତିଥି, ନକ୍ଷତ୍ର, ଗ୍ରହଚଳନକୁ ନେଇ ଅଡୁଆ ଉପୁଜିଛି ।

ପୁରୀ : ଶ୍ରୀମନ୍ଦିରରେ ନୂଆ ପାଞ୍ଜି ପ୍ରଚଳନ କରାଯାଇଛି । ଓଡ଼ିଆ ନବ ବର୍ଷରୁ ଏହି ନୂତନ ପଞ୍ଜିକାର ପ୍ରଚଳନ କରାଯାଏ । ତେବେ ପ୍ରଚଳିତ ପାଞ୍ଜିରେ ପର୍ବପର୍ବାଣିର ତିଥି, ନକ୍ଷତ୍ର, ଗ୍ରହଚଳନକୁ ନେଇ ଅଡୁଆ ଉପୁଜିଛି । ଚଳିତବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ୁଛି ।

ତେବେ ପୂର୍ବରୁ ଏଭଳି ପରିସ୍ଥିତିରେ କିଭଳି ନୀତିକାନ୍ତି କରାଯାଇଛି, ତାର ତର୍ଜମା ପରେ ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ଆଣି ସଂହଦ୍ବାରକୁ ତିନିରଥର ବିଜେ ପର୍ବ ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି । ଗତ ଫେବ୍ରୁଆରୀରେ ଶ୍ରୀମନ୍ଦିର ପାଞ୍ଜି ସମନ୍ବୟ ବୈଠକ କରାଯାଇଥିଲା । ଏଥିରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ବ୍ରହ୍ମଣ ଓ ଅନ୍ୟ ପାଞ୍ଜିର ଗଣନାକାରୀ ମାନେ ଉପସ୍ଥିତ ଥିଲେ ।

ବୈଠକରେ ବିସ୍ତୃତ ଆଲୋଚନା ପରେ ଶ୍ରୀମନ୍ଦିର ନୀତିକାନ୍ତି ଚୂଡାନ୍ତ ହୋଇଥିଲା । ଚଳିତବର୍ଷ ଅଣସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡ଼ୁଛି । ଉଭାଯାତ୍ରା ଓ ନେତ୍ରୋତ୍ସବ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପଡୁଛି । ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବରାତିରୁ ଅନେକ ନୀତିକାନ୍ତି ରହିଥିବାରୁ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦର ମଧ୍ୟ ସମ୍ବାବନା ରହିଛି ।ଦିନକ୍ଷୟ କାରଣରୁ ଏଥର କାର୍ତ୍ତିକ ମାସରେ ପଞ୍ଚୁକ ବି ୪ଦିନ ପାଳନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.