ବିହାର: ଭଉଣୀ ବାହାଘର ପାଇଁ ହଲ୍‌ ବୁକ୍‌ କରି ଫେରୁଥିଲେ ଦୁଇଭାଇ, ଦୁର୍ଘଟଣାରେ ଚାଲିଗଲା ଜୀବନ

ଏପ୍ରିଲ ୨୩ ତାରିଖରେ ଭଉଣୀ ବାହାଘର ପାଇଁ ହଲ୍‌ ବୁକ୍‌ କରିବାକୁ ସହରକୁ ଯାଇଥିଲେ । ହେଲେ ହଲ୍‌ ବୁକ୍‌ କରି ଘରକୁ ଫେରୁଥିବା ବେଳେ ଏକ ଦ୍ରୁତଗତିରେ ଆସୁଥିବା ଟ୍ରାକ୍ଟର ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଥିଲା । ବିହାରର କୈମୁର ଜିଲ୍ଲାର ଭଗବାନପୁର ଥାନା ଅଞ୍ଚଳ ଗୋବରଚ୍ଛ ଗାଁ ନିକଟରେ ଦୁର୍ଘଟଣା ଘଟିଛି ।

ଭଉଣୀ ବାହାଘର ଖୁସି ଅଧାରେ ରହିଗଲା । ଭଉଣୀ ବାହାଘର ପାଇଁ ହଲ୍‌ ବୁକ୍‌ କରିବାକୁ ଯାଇଥିଲେ ଦୁଇଭାଇ । ହେଲେ ଆଉ ଘରକୁ ଫେରିଲେ ନାହିଁ । ହଲ୍‌ ବୁକ୍‌ କରି ଘରକୁ ଫେରୁଥିବା ବେଳେ ଟ୍ରାକ୍ଟର ଏବଂ ବାଇକ୍‌ ଧକ୍କ ହେବା ଫଳରେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଛି । ବିହାରର କୈମୁର ଜିଲ୍ଲାର ଭଗବାନପୁର ଥାନା ଅଞ୍ଚଳ ଗୋବରଚ୍ଛ ଗାଁ ନିକଟରେ ଦୁର୍ଘଟଣା ଘଟିଛି ।

ଖବର ମୁତାବକ, ପରମାଲପୁର ଗାଁ ନିବାସୀ ଅବଧେଶ ସିଂଙ୍କ ଦୁଇ ପୁଅ ଏପ୍ରିଲ ୨୩ ତାରିଖରେ ଭଉଣୀ ବାହାଘର ପାଇଁ ହଲ୍‌ ବୁକ୍‌ କରିବାକୁ ସହରକୁ ଯାଇଥିଲେ । ହେଲେ ହଲ୍‌ ବୁକ୍‌ କରି ଘରକୁ ଫେରୁଥିବା ବେଳେ ଏକ ଦ୍ରୁତଗତିରେ ଆସୁଥିବା ଟ୍ରାକ୍ଟର ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଥିଲା । ତେବେ ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ମୃତକ ଦୁଇ ଯୁବକ ବିଶାଲ କୁମାର(୨୧) ଏବଂ ରାଜୁ ସିଂ(୨୦) ଭଉଣୀର ୨୩ ତାରିଖ ବାହାଘର ପାଇଁ ହଲ୍‌ ବୁକ୍‌ ପାଇଁ ଭଭୁଆ ସହର ଯାଇଥିଲେ । ସେଠାରେ ହଲ୍‌ ବୁକ୍‌ କରିବାକୁ ପଇସା ଦେବା ପରେ ବାହାଘର ପାଇଁ ଜିନିଷ କିଣିଥିଲେ । ସବୁ ସରିବା ପରେ ଦୁହେଁ ଅପରାହ୍ନ ୧ଟା ସମୟରେ ଫେରୁଥିବା ବେଳେ ଭଗବାନପୁର ସଡ଼କ ସ୍ଥିତ ଗୋବରଚ୍ଛ ଗାଁ ପାଖରେ ମାଟି ଲଦା ହୋଇଥିବା ଟ୍ରାକ୍ଟର ଏବଂ ବାଇକ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ବିଶାଲଙ୍କ ମୃତ୍ୟୁ ଘଟଣା ସ୍ଥଳରେ ହୋଇଥିଲା । ରାଜୁଙ୍କୁ ହସପିଟାଲ ନେଇଯାଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିଲା ।

ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି । ପୋଲିସ ଟ୍ରାକ୍ଟରକୁ ଜବତ କରିଛି । ତେବେ ହଲ୍‌ ବୁକ୍‌ କରି ଦ୍ୱିପ୍ରହର ୧ଟା ସମୟରେ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଭିଡ ଜିମଥିଲା । ତେବେ ଦୁଇ ପୁଅଙ୍କ ମୃତ୍ୟୁ ପରେ ପରିଜନ ପୁରା ଭାଙ୍ଗିପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.