ଦୁଇ ମାସ ସମୁଦ୍ରରେ ବନ୍ଦ ରହିବ ମାଛ ଧରା, ମାଛ ବଂଶ ବୃଦ୍ଧି ପାଇଁ ସରକାରଙ୍କ ନିଷ୍ପତ୍ତି

ଦୁଇମାସ ପାଇଁ ସମୁଦ୍ର ରେ ଚାଲିବ ନାହିଁ ମାଛଧରା ବୋଟ କି ଯନ୍ତ୍ର ଚାଳିତ ଡଙ୍ଗା । ଆଜିଠାରୁ ଜୁନ ୧୫ ତାରିଖ ପଯର୍୍ୟନ୍ତ ଦୁଇମାସ ଧରି ସମୁଦ୍ ରୁ ମାଛ ଧରିବା ଉପରେ ଲାଗିଲା କଟକଣା ।

ପାରାଦୀପ : ଦୁଇମାସ ପାଇଁ ସମୁଦ୍ର ରେ ଚାଲିବ ନାହିଁ ମାଛଧରା ବୋଟ କି ଯନ୍ତ୍ର ଚାଳିତ ଡଙ୍ଗା । ଆଜିଠାରୁ ଜୁନ ୧୫ ତାରିଖ ପଯର୍୍ୟନ୍ତ ଦୁଇମାସ ଧରି ସମୁଦ୍ ରୁ ମାଛ ଧରିବା ଉପରେ ଲାଗିଲା କଟକଣା । ଆସନ୍ତା ଦୁଇମାସ ପଯର୍୍ୟନ୍ତ ମାଛଙ୍କର ଅଣ୍ଡାଦାନର ସମୟ ।

ତେଣୁ ମାଛ ବଂଶ ବୃଦ୍ଧି ପାଇଁ ସରକାର ଏପ୍ରିଲ ୧୫ ରୁ ଜୁନ ୧୫ ପଯର୍୍ୟନ୍ତ ମାଛଧରା ଉପରେ ଲଗାଇଛନ୍ତି ରୋକ୍ । ଯାହାକୁ ମତ୍ସ୍ୟଜୀବୀ ସ୍ଵାଗତ କରିଥିବା ବେଳେ, ଏହି ସମୟରେ ପରିବାର ଚଳାଇବା ପାଇଁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ମତ୍ସ୍ୟଜୀବୀ ।

ମାଛ ବଂଶ ବୃଦ୍ଧି ହେଲେ ହିଁ ଆମ ପରିବାର ଭଲରେ ରହିବ, କିନ୍ତୁ ବର୍ଷକୁ କଇଁଛ କଟକଣା ପାଇଁ ୬ ମାସ ପରେ ମାଛ ବଂଶ ବୃଦ୍ଧି ପାଇଁ ଦୁଇମାସ ଏମିତି ୮ ମାସ ମାଛ ଧରା ଏକ ପ୍ରକାର ବନ୍ଦ ରହୁଛି । ଏହାପରେ ମଧ୍ୟ ଲଘୁଚାପ ଓ ବାତ୍ୟା ପାଇଁ ପାଖାପାଖି ଦୁଇମାସ ଆମେ ମାଛ ଧରିବାକୁ ଯାଇପାରୁନାହୁଁ । ବଳକା ଦୁଇମାସର ରୋଜଗାରରେ ଆମ ପରିବାର ବର୍ଷକ ଚଳିବା କଷ୍ଟକର ହୋଇପଡୁଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀଙ୍କ ପାଇଁ ସ୍ଵତନ୍ତ୍ର ଅନୁଦାନ ଯୋଗାଇ ଦେବାକୁ ମତ୍ସ୍ୟଜୀବୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.