ଭାରତୀୟ ରେଳବାଇ RPF ରେ ୪୬୬୦ ପଦବୀ ଖାଲି, ଆଜିଠାରୁ ହେଉଛି ଆବେଦନ

ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ତରଫରୁ ଆରପିଏଫ ଏବଂ ଆରବିଏସଏଫରେ ସବଇନ୍ସପେକ୍ଟର ଏବଂ କନଷ୍ଟେବଳ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯେଉଁଥିରେ ୪୨୦୮ କନଷ୍ଟେବଳ ଏବଂ ୪୫୨ ସବ୍ ଇନ୍ସପେକ୍ଟର ଆରପିଏଫ୍ ଏସଆଇ ନିଯୁକ୍ତି ହେବ । ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟକୁ ଯାଇ ଆବେଦନ କରିପାରିବେ ।

ଭାରତୀୟ ରେଳବାଇରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ତରଫରୁ ଆରପିଏଫ ଏବଂ ଆରବିଏସଏଫରେ ସବଇନ୍ସପେକ୍ଟର ଏବଂ କନଷ୍ଟେବଳ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ନୋଟିସ ଗତକାଲିରୁ ଜାରି ହୋଇଛି । ଆଜିଠାରୁ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ । ଖାଲିପଡିଥିବା ୪୬୬୦ ପଦବୀରେ ଭର୍ତ୍ତି ହେବ । ଯେଉଁଥିରେ ୪୨୦୮ କନଷ୍ଟେବଳ ଏବଂ ୪୫୨ ସବ୍ ଇନ୍ସପେକ୍ଟର ଆରପିଏଫ୍ ଏସଆଇ ନିଯୁକ୍ତି ହେବ । ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୬୬୦

ସବଇନ୍ସପେକ୍ଟର : ୪୫୨
କନଷ୍ଟେବଳ : ୪୨୦୮

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ଆଜିଟାରୁ ଆରମ୍ଭ ହେଉଛି । ଆବେଦନ କରିବାର ଶେଷ ତାରିଖ ମଇ ୧୪, ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆରପିଏଫ କନଷ୍ଟେବଳ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ କରିଥିବା ଜରୁରୀ । ସବ୍ ଇନ୍ସପେକ୍ଟର ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍ ହୋଇଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୮ ବର୍ଷ ହେବା ଉଚିତ୍ । ଏସଆଇ ପଦବୀ ପାଇଁ ଆବେଦନ କରିବାକୁ ଥିବାବେଳେ ପ୍ରାର୍ଥୀଙ୍କ ବୟସ ୨୦ ରୁ ୨୮ ବର୍ଷ ରହିଛି । ଏଠାରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ମିଳିବ ।

କେମିତି କରିବେ ଆବେଦନ :

ପ୍ରଥମେ rpfindianrailways.gov.inକୁ ଯାଆନ୍ତୁ ।
ହୋମପେଜକୁ ଯାଆନ୍ତୁ ଏବଂ RPF Constable & SI Recruitment 2024 ଲିଙ୍କରେ କ୍ଲିକ୍ କରନ୍ତୁ ।
ଏଠାରେ ନିଜକୁ ରେଜିଷ୍ଟ୍ରେସନ କରନ୍ତୁ ପରେ ରେଜିଷ୍ଟ୍ରେସନ ନମ୍ବର ଏବଂ ପାସୱାର୍ଡ ତୁମ ମୋବାଇଲରେ ଏସଏମଏସ ମାଧ୍ୟମରେ ଆସିବ ।
ଏହା ପରେ ଆବେଦନ ଫର୍ମକୁ ପୂରଣ କରନ୍ତୁ ।
ଦରକାରୀ ଦସ୍ତାବିଜ ସ୍କାନ୍ କରି ଅପଲୋଡ୍ କରନ୍ତୁ ।
ଏହାପରେ ଆବେଦନ ଶୁଳ୍କ ଭରିବା ପରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ ।
ଭବିଷ୍ୟତ ପାଇଁ ଏହାର ଏକ ପ୍ରିଣ୍ଟଆଉଟ କାଢି ରଖନ୍ତୁ ।

ଆବେଦନ ଶୁଳ୍କ : ସଂରକ୍ଷିତ ବର୍ଗ (ଜେନେରାଲ୍ ବର୍ଗ), ଓବିସି ଏବଂ ଇଡବ୍ଲୁଏସ୍ ବର୍ଗ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଏଚ୍ ଏବଂ ମହିଳା ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଦେବାକୁ ପଡିବ ।

ଚୟନ ପ୍ରକ୍ରିୟା : ଆରପିଏଫ କନଷ୍ଟେବଳ ଏବଂ ଏସଆଇର ପଦବୀ ପାଇଁ ଚୟନ ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହେବ । ସିବିଟି ପରୀକ୍ଷା ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କ ପାଇଁ ଶାରୀରିକ ଯୋଗ୍ୟତା ପରୀକ୍ଷା (ପିଇଟି) ଏବଂ ଶାରୀରିକ ଦକ୍ଷତା ପରୀକ୍ଷା (ପିଏସଟି) କରାଯିବ । ଏହା ପରେ ଡକ୍ୟୁମେଣ୍ଟଗୁଡ଼ିକୁ ଯାଞ୍ଚ ପାଇଁ ଡକାଯିବ ।

ଦରମା : ଏସଆଇ ପ୍ରାର୍ଥୀଙ୍କୁ ୩୫,୪୦୦ ଟଙ୍କା ମାସକୁ ମିଳିବ । ସେହିପରି କନଷ୍ଟେବଳ ପଦବୀ ପାଇଁ ୨୧,୭୦୦ ଟଙ୍କା ମାସିକ ଦରମା ମିଳିବ । ଏହାଛଡା ଅନ୍ୟ ସବୁ ସୁବିଧା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.