ଆଜି ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଭାବେ ଦାୟିତ୍ୱ ନେବେ ବରିଷ୍ଠ ନେତା ଶରତ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ଆଜି ଦାୟିତ୍ୱ ନେବେ ନୂଆ ପିସିସି ସଭାପତି । ଦୀର୍ଘ ୧୮ବର୍ଷ ପରେ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଭାବେ ମଙ୍ଗ ଧରିବେ ଦଳର ବରିଷ୍ଠ ନେତା ଶରତ ପଟ୍ଟନାୟକ । ଏବେ ପୂର୍ବ ଅଭିଜ୍ଞତାକୁ ଆଧାର କରି ଦଳକୁ ସଜାଡିବାକୁ ଉଦ୍ୟମ କରିବେ ଶରତ ପଟ୍ଟନାୟକ । ଦାୟିତ୍ୱ ନେବା ପୂର୍ବରୁ ଗତକାଲି ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଶରତ ପଟ୍ଟନାୟକ ।

ବର୍ତ୍ତମାନ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇ ରହିନାହିଁ । ୧୮ବର୍ଷ ପୂର୍ବର ଆହ୍ଵାନ ଅପେକ୍ଷା ୨୦୨୨ର ଆହ୍ଵାନ କଂଗ୍ରେସ ରାଜ୍ୟ ମୁଖିଆଙ୍କ ପାଇଁ ଅନେକ ଗୁରୁତ୍ୱ ରଖୁଛି । ପ୍ରଥମ ଥର ପାଇଁ ପସିସି ସଭାପତି ଦାୟିତ୍ୱ ନେବା ପରେ ଆଜିଠାରୁ ଦୁଇ ଦିନିଆ ନବସଂକଳ୍ପ ଶିବିରରେ ଅଧ୍ୟକ୍ଷତା କରିବେ। ପୂର୍ବରୁ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଥିଲେ ଶରତ ପଟ୍ଟନାୟକ । ତେଣୁ ୧୮ ବର୍ଷ ପୂର୍ବର ଆହ୍ଵାନ୍‌ ଅପେକ୍ଷା ୨୦୨୨ର ଆହ୍ଵାନ୍‌ ଅପେକ୍ଷା ୨୦୨୨ର ଆହ୍ଵାନ୍‌ କଂଗ୍ରେସ ରାଜ୍ୟ ମୁଖିଆଙ୍କ ପାଇଁ ଅନେକ ଗୁରୁତ୍ୱ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.