ଅବ୍ୟବସ୍ଥାରୁ ମୁକୁଳିଲା ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା, ନୂତନ ଥାନା ଗୃହ ଉଦଘାଟନ କଲେ ପୋଲିସ ଡିଜି ଓ ପୁରୀ ସାଂସଦ

ଟାଙ୍ଗୀ(କେନ୍ୟୁଜ୍):  ଅବ୍ୟବସ୍ଥା କବଳରେ ଥିବା ଚାନ୍ଦପୁର ଥାନର ସ୍ଥିତିରେ ସୁଧାର ଆସିବ। ନୂଆ ଥାନା ଗୃହକୁ ଆଜି ଉଦଘାଟନ କରିଛନ୍ତି ପୋଲିସ ଡିଜି ଅଭୟ ଓ ପୁରୀ ସାଂସଦ ପିନାକୀ  ମିଶ୍ର ।  ଆଜି ଅପରାହ୍ନରେ ଚାନ୍ଦପୁର ଥାନାର ନୂତନ ଗୃହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି ।  ଏହି ଅବସରରେ ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ,କେନ୍ଦ୍ରାଞ୍ଚଳ ଆଇଜି,ଜିଲ୍ଲା ଆରକ୍ଷୀ ଅଧିକ୍ଷକ, SDPO ଶରଣକୂଳ ଓ  ସ୍ଥାନୀୟ ବୁଦ୍ଧିଜୀବୀ ଓ ଲୋକପ୍ରତିନିଧି ଉପସ୍ଥିତ ଥିଲେ ।

chandpur ps

 ଆଗାମୀ ଦିନରେ ଏହି ଥାନା ଆଦର୍ଶ ଥାନା ରୂପେ ପରିଗଣିତ ହେବ ବୋଲି ସାଂସଦ ତାଙ୍କ ବକ୍ତବ୍ୟରେ କହିଥିଲେ । ପୂର୍ବରୁ ଏକ ୪ କୋଠରୀ ବିଶିଷ୍ଟ  ଘରେ ଥାନା ଚାଲିଥିଲା । ଏବେ ପ୍ରସସ୍ଥ ବିଲ୍ଡିଂରେ ଥାନା କାର୍ଯ୍ୟ ସୁରଖୁରରେ ଚାଲିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.