Below header

ପ୍ରିୟଙ୍କା-ନିକ୍‌ଙ୍କ ସୁପର ବୋଲ୍ଡ ଫଟୋ ଦେଖି ଭଉଣୀ ପରିଣୀତି ଚୋପ୍ରାଙ୍କୁ ଲାଗିଲା ଲାଜ, କରିଦେଲେ ଏଭଳି କମେଣ୍ଟ

ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅନେକ ସମୟରେ ସ୍ୱାମୀ ନିକ୍‌ ଜୋନସ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କରି ଥାଆନ୍ତି। ନିକଟରେ ପ୍ରିୟଙ୍କା ବିକିନୀରେ ନଜର ଆସିଛନ୍ତି ଏବଂ ତାଙ୍କୁ ବିକିନୀରେ ଦେଖି ନିକ୍‌ ଆହୁରି ରୋମାଣ୍ଟିକ୍‌ ହୋଇ ଉଠିଛନ୍ତି। ଏକ ଖାସ୍‌ ପୋଜ୍‌ରେ ପ୍ରିୟଙ୍କା, ନିକ୍‌ଙ୍କ ସହିତ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ପ୍ରିୟଙ୍କା ଓ ନିକ୍‌ଙ୍କ ଫଟୋ ଏମିତି ରହିଛି କି, ଯାହାକୁ ଦେଖି ପ୍ରିୟଙ୍କାଙ୍କ ଭଉଣୀ ପରିଣୀତି ଚୋପ୍ରା ବି ଲାଜେଇ ଯାଇଛନ୍ତି। ଫଟୋରେ ପ୍ରିୟଙ୍କା ପେଟେଇ ଶୋଇଥିବା ବେଳେ ନିକ୍‌ ତାଙ୍କ ପାଖରେ ଶାର୍ଟଲେସ୍‌ ହୋଇ ବସିଛନ୍ତି। ଅଭିନେତ୍ରୀ ଜଣକ ନିଜ ଫଟୋ ସହିତ କ୍ୟାପସନ ଲେଖିଛନ୍ତି, ‘ସ୍ନାକ୍‌’। ଏଥି ସହିତ ସେ କଣ୍ଟା ଚାମଚ ଓ ଛୁରିର ଇମୋଜୀ ମଧ୍ୟ ପୋଷ୍ଟ କରିଛନ୍ତି। ତେବେ ଫଟୋରେ ନିକ୍‌ ହାତରେ ଏହି ଦୁଇଟି ଜିନିଷ ଧରିଥିବାର ନଜର ଆସୁଛନ୍ତି।

ତେବେ ଫଟୋରେ ପ୍ରିୟଙ୍କାଙ୍କ କଜନ୍‌ ପରିଣୀତି ଚୋପ୍ରାଙ୍କ କମେଣ୍ଟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସେ ଲେଖିଛନ୍ତି କି, ‘ଜିଜ୍‌, ମିମି ଦିଦି, କ’ଣ ଚାଲିଛି ସେଠାରେ। ଇନ୍‌ଷ୍ଟାଗ୍ରାମରେ ପରିବାର ଅଛନ୍ତି। ଆଖି ବନ୍ଦ କରି ହିଟ୍‌ ବଟନ ଲାଇକ୍‌ କରିବାକୁ ଚେଷ୍ଟା କରିଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.