ବୁଢ଼ିଆଣୀର ସ୍ପୀଡ୍‌ ଦେଖି ଭୁଲିଯିବେ ମେଶିନ୍‌, ମାତ୍ର ୨ ମିନିଟ୍‌ ଭିତରେ ହିଁ ବୁଣି ଦେଲା ଜାଲ; ଦେଖନ୍ତୁ ଭିଡିଓ

କ’ଣ ଆପଣ କେବେ ବୁଢ଼ିଆଣୀକୁ ଜାଲ ବୁଣୁଥିବାର ଦେଖିଛନ୍ତି କି? ଏବେ କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, ଏକ ବୁଢ଼ିଆଣୀ ପାଖାପାଖି ୨ ମିନିଟ୍‌ରେ ତା’ର ଜାଲ ବୁଣି ଦେଉଛି। ସେ ଜାଲ ବୁଣିବା ସମୟରେ ଏମିତି ସ୍ପୀଡ୍‌ ଦେଖାଉଛି, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ଏହାକୁ ଦେଖିଲେ ଲାଗୁଛି, ଯେମିତି କୌଣସି ମେଶିନ ଜାଲଟିକୁ ବୁଣୁଛି।

ଭିଡିଓକୁ ଅନୁଧ୍ୟାନ କଲେ ଲାଗିବ ଯେ ତା’ ଶରୀରରେ କୌଣସି ମେଶିନାରୀ ସିଷ୍ଟମ୍‌ ଫିଟ୍‌ ରହିଛି। କାହିଁକିନା, ବୁଢ଼ିଆଣୀ ଏକଦମ୍‌ ଠିକ୍‌ ଭାବେ ଅର୍ଥାତ୍‌ ମେଶିନ ଭଳି ଜାଲ ବୁଣି ଦେଉଛି। ପୋଷ୍ଟ ହେବାର ମାତ୍ର କିଛି ହିଁ ଘଣ୍ଟା ଭିତରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ବୁଢ଼ିଆଣୀର ଏହି ଭିଡିଓ ଲୋକଙ୍କୁ ବହୁତ ପସନ୍ଦ ଆସିଛି।

Buitengebieden ନିଜ ଟ୍ଵିଟର ଆକାଉଣ୍ଟରେ ଏହାକୁ ଅପଲୋଡ୍‌ କରିଛି, ଯାହାକୁ ଏ ପର୍ଯ୍ୟନ୍ତ ୨୮ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଏହି ଭିଡିଓରେ ଅନେକ ୟୁଜର ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ବାଃ, ମୋତେ ଜଣା ନ ଥିଲା କି, ବୁଢ଼ିଆଣୀ ଏତେ ଦ୍ରୁତ ଗତିରେ ଜାଲ ବୁଣିଥାଏ’। ସେହିପରି ଅନ୍ୟ ଜଣେ ୟୁଜର ଲେଖିଥିଲେ, ‘ମୁଁ ଜାଣି ନ ଥିଲି କି, ଏତେ ସୁନ୍ଦର ଜାଲ ବୁଣିବା ପାଇଁ ମାତ୍ର ୨ ମିନିଟ୍‌ ସମୟ ଲାଗିବ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.