ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ଆକ୍ସନ ମୋଡରେ ସରକାର, ଆସନ୍ତାକାଲି ବସୁଛି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ କରୋନାର ମାରାତ୍ମକ ଚୀନ୍‌ ଭାରିଆଣ୍ଟ BF.7 ଚିହ୍ନଟ ପରେ ବଢ଼ିଲା ଚିନ୍ତା । ଆକ୍ସନ ମୋଡକୁ ଆସିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ବସୁଛି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟା ୩୦ରେ ବୈଠକ ବସିବ । ବର୍ତ୍ତମାନର ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କଣ ନିଆଯିବ, ସେନେଇ ବୈଠକରେ ଆଲୋଚନା ହେବ । ସ୍ୱାସ୍ଥ୍ୟ ବିଭାଗ ସହ RMRC, ILS, ବିଭିନ୍ନ ମେଡିକାଲ କଲେଜ କର୍ତ୍ତୁପକ୍ଷ ବୈଠକରେ ସାମିଲ ହେବେ । ଗତକାଲି ସବୁ ଜିଲ୍ଲାପାଳ, ସିଡିଏମ୍‌ଓ, ମେଡିକାଲ କଲେଜ ଅଧ୍ୟକ୍ଷ ଓ ସମସ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ, କଣ୍ଟାକ୍ଟ ଟ୍ରେସିଂ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ସେପଟେ ଚୀନ୍‌ ଭାରିଆଣ୍ଟକୁ ନେଇ କୌଣସି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସର୍ଭେଲାନ୍ସ ଜାରି ରହିଛି । ସମସ୍ତଙ୍କୁ ବୁଷ୍ଟର ଡୋଜ୍‌ ନେବାକୁ ଅନୁରୋଦ କରାଯାଇଛି। ସଚେତନ ରହିବା ସହ ଅଯଥା ଗହଳି ନକରିବାକୁ ପରାମର୍ଶ ଦେଇଛନ୍ତି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଜାରି ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.