ଜଳଯୋଗ ମାଧ୍ୟମରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା

ଟାଙ୍ଗି (କେ ନ୍ୟୁଜ): ଆମ ଓଡ଼ିଶାର ଗର୍ବ ଓ ଗୌରବ ତଥା ନବ ନିର୍ବାଚିତ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କିଏ ମିଠା ବାଣ୍ଟି ତ ଆଉ କିଏ ଜାତୀୟ ପତାକା ଧରି ବାଜା ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛନ୍ତି । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗି ବ୍ଲକର ଜଣେ ସଫଳ ଚାଷୀ ସୁଦାମ ଚରଣ ସାହୁ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ନିଆରା ଢଙ୍ଗରେ ଜଣାଇଲେ ଶୁଭେଚ୍ଛା ।

jalayoga

ରାମେଶ୍ୱର ପଂଚାୟତ ବୋତଣ୍ଡା ଗ୍ରାମର ଏକ ଜଳାଶୟରେ ହାତରେ ଫୋଟୋ ଓ ଛାତିରେ ଦୀପ ଜାଳି ଜଳ ଯୋଗ ମାଧ୍ୟମରେ ଭାରତର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ଓ ଶୁଭ କାମନା । ଜଳଯୋଗ ମାଧ୍ୟମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ଚିତ୍ର ସହ ଜାତୀୟ ପତାକା ଦୁଇ ହାତରେ ଧରି ପାଣିରେ ଭାସମାନ ଅବସ୍ଥାରେ ଜଳଯୋଗ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଦିର୍ଘାୟୁ କାମନା କରି ନରେନ୍ଦ୍ର ମୋଦି ଓଡିଶାର ଝିଅକୁ ଦେଶର ସର୍ବୋଚ୍ଚ ପଦବୀରେ ବସାଇଥିବାରୁ ତାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏଭଳି ଉସ୍ଚାହକୁ ଦେଖି ଲୋକେ କରିଛନ୍ତି ଭୁରି ଭୁରି ପ୍ରସଂସା କରିଛନ୍ତି ।

jalayoga

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.