ଯୌତୁକ ଲୋଭରେ ବୋହୂକୁ ତଣ୍ଟି ଚିପି ହତ୍ୟା, ବାପଘର ଲୋକଙ୍କ ଅଭିଯୋଗ ପରେ ସ୍ୱାମୀ ଅଟକ

ରଣପୁର (କେନ୍ୟୁଜ): ଯୌତୁକ ଜୁଇରେ ନବବଧୂ। ଯୌତୁକ ଲୋଭରେ ବୋହୂକୁ ତଣ୍ଟି ଚିପି ହତ୍ୟା କଲେ ଶ୍ଵଶୁର ଘର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ରଣପୁର ଥାନା ଅଧୀନ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ରାଜସୁନାଖଲା ଗ୍ରାମରେ।

ସୂଚନାନୁଯାୟୀ,ଚାନ୍ଦପୁର ଥାନା ଚାମ୍ପିଗଡ ଗ୍ରାମପଞ୍ଚାୟତ ଗ୍ରାମର ବାଉରୀବନ୍ଧୁ ପରିଡା ଝିଅକୁ ସୁନାଖେଳ ଗ୍ରାମର ସୁରେଶ ସାହୁଙ୍କ ସହିତ ବୈଦିକ ରୀତିନୀତିରେ ୧୨ ବର୍ଷ ତଳେ ବିବାହ କରିଥିଲେ। ଯୌତୁକ ବାବଦକୁ ୨ ଲକ୍ଷ୍ ୫୦ ହଜାର ଟଙ୍କା ଦେଇଥିଲେ ହେଲେ ମନୋରମା ସାହୁଙ୍କ ଶ୍ଵଶୁର ଘର ଲୋକେ ଆଉ ୫୦ ହଜାର ଟଙ୍କା ଅଧିକ ଯୌତୁକ ଦାବି କରି ବିଭିନ୍ନ ସମୟରେ ତାଙ୍କ ଉପରେ ଶାଶୁ ଓ ତିନି ନଣନ୍ଦଙ୍କ ସହିତ ସ୍ୱାମୀ ଅତ୍ୟାଚାର କରୁଥିଲେ।

ତେବେ ମଙ୍ଗଳବାର ହଠାତ୍ ମନୋରମାଙ୍କ ମୃତ୍ୟୁ ହୋଇଛି। ଶ୍ଵଶୁର ଘର ଲୋକ ମନୋରମା ସାହୁଙ୍କୁ ହତ୍ୟା କରିଥିବା ତାଙ୍କ ବାପା ବାଉରୀବନ୍ଧୁ ପରିଡା ସୁନାଖେଳ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ପହଁଚି ତଦନ୍ତ ଆରମ୍ଭ କରି ସ୍ୱାମୀ ସୁରେଶ ସାହୁକୁ ଗିରଫ କରିଛନ୍ତି। ହେଲେ ଗିରଫ ଭୟରେ ଶଶୁର ଘର ଲୋକେ ଫେରାର ହୋଇଯାଇଛନ୍ତି ଏନେଇ ରଣପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଏ ଅଧିକ ତଦନ୍ତ ଚାଲିଛି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.